ନୂଆଦିଲ୍ଲୀ: ତିନୋଟି ଡାକ୍ତରଖାନାରେ ଚାଲିଥିବା କ୍ଲିନିକାଲ୍ ପରୀକ୍ଷଣ ଉପରେ ଏକ ଚମକପ୍ରଦ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ଦର୍ଶାଯାଇଛି ଯେ ପାରମ୍ପରିକ ଔଷଧ ତୁଳନାରେ ପ୍ରାକୃତିକ ଚିକିତ୍ସା ଦ୍ବାରା ଅଧିକାଂଶ କୋଭିଡ୍ -୧୯ରୋଗୀ ସୁସ୍ଥ ହୋଇପାରୁଛନ୍ତି।
କୋରିଭାଲ୍ ଲାଇଫ୍ ସାଇନ୍ସେସ୍ ଦ୍ବାରା ଇମ୍ୟୁନୋଫ୍ରି ନାମକ ଏକ ଆୟୁର୍ବେଦିକ ପ୍ରତିକାର ଓ ବାୟୋଗେଟିକା ଦ୍ବାରା ରେଜିନମ୍ୟୁ ନାମକ ଏକ ନ୍ୟୁଟ୍ରାସ୍ୟୁଟିକାଲ୍ ସମ୍ପ୍ରତି କରୋନା ଚିକିତ୍ସା ପାଇଁ ଥିବା ପାରମ୍ପରିକ ଔଷଧ ଠାରୁ ଅଧିକ ଫଳପ୍ରଦ ଥିବା କ୍ଲିନିକାଲ ପରୀକ୍ଷଣରୁ ଜଣାପଡ଼ିଛି।
କରୋନାଭାଇରସ୍ ପାଇଁ ସି ରିଆକ୍ଟିଭ୍ ପ୍ରୋଟିନ୍, ପ୍ରୋକାଲସିଟୋନିନ୍, ଡି ଡାଇମର୍ ଏବଂ ଆରଟି-ପିସିଆର ଭଳି ଅନେକ ପରୀକ୍ଷଣରେ ୨୦ରୁ ୬୦ ପ୍ରତିଶତ ପାରମ୍ପରିକ ଚିକିତ୍ସା ଅପେକ୍ଷା ପ୍ରାକୃତିକ ଚିକିତ୍ସା ଦ୍ବାରା ଭଲ ହୋଇଛନ୍ତି ବୋଲି ସାମ୍ନାକୁ ଆସିଛି।
/sambad/media/post_attachments/wp-content/uploads/2015/12/Ayurvedic-soap.jpg)
କେବଳ ଏତିକି ନୁହେଁ, ଶରୀରରେ ଥିବା କୌଣସି ଯନ୍ତ୍ରଣା ଏବଂ ଥକ୍କାପଣ ଭଳି ଅନେକ ରୋଗ ପ୍ରାକୃତିକ ଚିକିତ୍ସା ଦ୍ବାରା ଭଲ ହୋଇଥିବା ରିପୋର୍ଟ ରହିଛି। ଉଭୟ କ୍ଲିନିକାଲ ଗ୍ଲୋବାଲ୍ ଆସେସମେଣ୍ଟ ଅଫ୍ ସିମଟମ୍ ଓ ସବଜେକ୍ଟ ଆସେସମେଣ୍ଟ ଅଫ୍ ସିମଟମଗୁଡ଼ିକ ସ୍ପଷ୍ଟ ଭାବରେ ପରୀକ୍ଷଣରେ ଉନ୍ନତ ପ୍ରଦର୍ଶନ କରିଥିଲେ |
୫ଦିନରେ ୮୬.୬୬ ପ୍ରତିଶତ ରୋଗୀଙ୍କ ପ୍ରାକୃତିକ ପ୍ରୋଟୋକଲରେ କରୋନା ଲକ୍ଷଣ ନେଗେଟିଭ ଆସିଥିବା ବେଳେ ୬୦ ପ୍ରତିଶତ ରୋଗୀଙ୍କ ପାରମ୍ପରିକ ଚିକିତ୍ସାରେ ରିପୋର୍ଟ ନେଗେଟିଭ ଆସିଥିଲା। ଦଶମ ଦିନ ପରୀକ୍ଷଣରେ ସମସ୍ତ ରୋଗୀଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା।
ଭାରତର ୩ଟି ଡାକ୍ତରଖାନାରେ କରୋନା ସଂକ୍ରମଣର ଚିକିତ୍ସାରେ ଇମ୍ୟୁନୋଫ୍ରି ଏବଂ ରେଜିନମ୍ୟୁନ୍ ନାମକ ଆୟୁର୍ବେଦିକ ଔଷଧର ମିଶ୍ରଣର ପ୍ରଭାବ ଜାଣିବା ପାଇଁ ଏକ କ୍ଲିନିକାଲ୍ ପରୀକ୍ଷା ଚାଲିଛି । ଏହି ମିଶ୍ରମକୁ ସରକାରଙ୍କ ପକ୍ଷରୁ କରାଯାଉଥିବା ପାରମ୍ପରିକ ଔଷଧ ତୁଳନାରେ ଅଧିକ ଫଳପ୍ରଦ ବୋଲି କୁହାଯାଉଛି।
ସରକାରୀ ହସପିଟାଲ, ଶ୍ରୀକାକୁଲମ ଆନ୍ଧ୍ରପ୍ରଦେଶ, ପାରୁଲ ସେବାଶ୍ରମ ହସପିଟାଲ, ବଡ଼ୋଦରା, ଗୁଜୁରାଟ ଏବଂ ମହାରାଷ୍ଟ୍ରର ଲୋକମାନ୍ୟ ହସ୍ପିଟାଲ ପୁଣେରେ ମଧ୍ୟ କୋଭିଡ-୧୯ ପଜିଟିଭ ଥିବା ରୋଗୀଙ୍କ ଉପରେ ସିଟିଆରଆଇ ଅନୁମୋଦନରେ ପରୀକ୍ଷା ଚାଲିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Untitled-2-copy-8.jpg)