ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ ପାଇଁ ନୂଆ ପଂଜୀକରଣ ହୋଇପାରିବ ନାହିଁ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀଙ୍କ ନିମନ୍ତେ କରୋନା ଟିକାକରଣ ନେଇ ନୂତନ ଭାବେ ପଂଜୀକରଣ କରିବା ଉପରେ ରୋକ ଲଗାଇଛନ୍ତି। ଆଜି ରାଜ୍ୟ ସରକାରଙ୍କୁ ଏ ବାବଦରେ ନିର୍ଦ୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ ପାଇଁ କୌଣସି ନୂଆ ପଂଜୀକରଣ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜ୍ୟମାନଙ୍କୁ ପତ୍ର ଲେଖିଛନ୍ତି ଏବଂ ତତ୍କାଳ ଲାଗୁ କରିବାକୁ କହିଛନ୍ତି। ଏହି ବର୍ଗଙ୍କୁ ପୂର୍ବରୁ ଟିକାକରଣ ପାଇଁ ପର୍ଯ୍ୟାପ୍ତ ସମୟ ଓ ପ୍ରାଥମିକତା ଦିଆଯାଇଥିଲା। ତେବେ ଏହି ଶ୍ରେଣୀରେ ଟିକା ନେବାପାଇଁ ଯୋଗ୍ୟ ନଥିବା ଅନେକ ବ୍ୟକ୍ତିଙ୍କର ଟିକାକରଣ କରାଯାଇଥବା ନଜରକୁ ଆସିବା ପରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧିତ ଖବର