ନୂଆଦିଲ୍ଲୀ : ଭାରତ ସରକାର ପାକିସ୍ତାନ ସହ କରାଯାଇଥିବା ସିନ୍ଧୁ ଜଳବଣ୍ଟନ ଚୁକ୍ତିକୁ ସ୍ଥଗିତ ରଖିବା ପରେ ପାକିସ୍ତାନ ଆଗକୁ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛି । କିନ୍ତୁ ଏହା ପ୍ରତିଶୋଧ ନେବାକୁ ପାକିସ୍ତାନ ଚୀନକୁ ଅନୁରୋଧ କରୁଛି । ଭାରତର କେତେକ ବଡ଼ ନଦୀ ଚୀନ ଅଧିକୃତ ତିବ୍ବତରୁ ବାହାରିଥିବାରୁ ଚୀନ ଭାରତର ପାଣି ବନ୍ଦ କରିଦେଉ ବୋଲି ପାକିସ୍ତାନ ଚୀନକୁ କହିଛି ।

Advertisment

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସ୍ବତନ୍ତ୍ର ସହାୟକ ନିକଟରେ କହିଥିଲେ ଯେ ଭାରତ ଯେପରି ପାକିସ୍ତାନର ପାଣି ବନ୍ଦ କରୁଛି, ଚୀନ ମଧ୍ୟ ସେହିପରି ଭାରତର ପାଣି ବନ୍ଦ କରିଦେଉ । ଏ ପରିପ୍ରେକ୍ଷୀର ଚୀନର ଜଣେ ବରିଷ୍ଠ ନୀତି ଉପଦେଷ୍ଠା ଭିକ୍ଟର ଝିକାଇ ଗାଓ ଏକ ରହସ୍ୟମୟ ଟ୍ବିଟ୍ ଆସିଛି । ସେ ଲେଖିଛନ୍ତି, “ତୁମେ ଅନ୍ୟମାନଙ୍କ ପ୍ରତି ତାହା କରନାହିଁ, ଯାହା ତୁମେ ଚାହଁ ନାହିଁ ଯେ ଅନ୍ୟମାନେ ତୁମପ୍ରତି କରନ୍ତୁ” ।  

କିନ୍ତୁ ଚୀନ ଚାହିଁଲେ ଭାରତର ପାଣି ବନ୍ଦ କରିପାରିବ କି ? 

ଏହାର ଉତ୍ତର ହେଉଛି ଚୀନ ଚାହିଁଲେ ବି ବିଶେଷ କିଛି କରିପାରିବ ନାହିଁ । ଏହା ସତ ଯେ ବ୍ରହ୍ମପୁତ୍ର, ସିନ୍ଧୁ ପରି ଭାରତର କେତେକ ବଡ଼ ନଦୀର ଚୀନ ଅଧିନରେ ଥିବା ତିବ୍ବତରୁ ବାହାରିଛନ୍ତି । କିନ୍ତୁ ଯଦି ଚୀନ ସିନ୍ଧୁ ନଦୀର ପାଣି ବନ୍ଦ କରେ ତାହା ଭାରତ ଯେତିକି କ୍ଷତିଗ୍ରସ୍ତ କରିବ ତାହାଠାରୁ ଅଧିକ ପାକିସ୍ତାନକୁ କ୍ଷତିଗ୍ରସ୍ତ କରିବ। ଏଣୁ ଚୀନର ଏପରି କୌଣସି ପଦକ୍ଷେପ ତାହାର ବନ୍ଧୁ ରାଷ୍ଟ୍ର ପାକିସ୍ତାନକୁ ହିଁ ପ୍ରଭାବିତ କରିବ । 

ବ୍ରହ୍ମପୁତ୍ର ତିବ୍ବତରୁ ବାହାରିଥିଲେ ବି  ତାହା ପ୍ରମୁଖ କ୍ୟାଚମେଣ୍ଟ ଏରିଆ ଭାରତରେ ହିଁ ଆସୁଛି । ସରଳଭାଷାରେ କହିଲେ ତିବ୍ବତରୁ ଯେତିକି ପାଣି ବ୍ରହ୍ମପୁତ୍ର ପାଉଛି ତାଠାରୁ ଅଧିକ ପାଣି ଭାରତୀୟ ଅଂଚଳରୁ ସଂଗ୍ରହ କରୁଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ଯେ ବ୍ରହ୍ମପୁତ୍ରର ୩୦ରୁ ୩୫ ପ୍ରତିଶତ ପାଣି ତିବ୍ବତ ଗ୍ଲାସିୟରରୁ ଆସୁଥିବାବେଳେ ପ୍ରାୟ ୬୫ରୁ ୭୦ ପ୍ରତିଶତ ପାଣି ଭାରତୀୟ ଅଂଚଳରୁ ଆସୁଛି । ପୁଣି ଚୀନ ଉପର ମୁଣ୍ଡରେ ବନ୍ଧ ନିର୍ମାଣ କରି କିଛି ପାଣି ଅଟକାଉଛି । ଏଣୁ ବ୍ରହ୍ମପୁତ୍ର ନଦୀ ଚୀନ ଉପରେ ନିର୍ଭରଶୀଳ ନୁହେଁ।

ଏବେ ବ୍ରହ୍ମପୁତ୍ର କଥା ଦେଖାଯାଉ । ଏହା ସତ ଯେ ବ୍ରହ୍ମପୁତ୍ର ଭାରତର ଏକ ପ୍ରମୁଖ ନଦୀ ଓ ଉତ୍ତରପୂର୍ବାଞ୍ଚଳର ଜୀବନଧାରା । ବ୍ରହ୍ମପୁତ୍ର ତିବ୍ବତରୁ ବାହାରିଥିଲେ ବି  ତାହା ପ୍ରମୁଖ କ୍ୟାଚମେଣ୍ଟ ଏରିଆ ଭାରତରେ ହିଁ ଆସୁଛି । ସରଳଭାଷାରେ କହିଲେ ତିବ୍ବତରୁ ଯେତିକି ପାଣି ବ୍ରହ୍ମପୁତ୍ର ପାଉଛି ତାଠାରୁ ଅଧିକ ପାଣି ଭାରତୀୟ ଅଂଚଳରୁ ସଂଗ୍ରହ କରୁଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ଯେ ବ୍ରହ୍ମପୁତ୍ରର ୩୦ରୁ ୩୫ ପ୍ରତିଶତ ପାଣି ତିବ୍ବତ ଗ୍ଲାସିୟରରୁ ଆସୁଥିବାବେଳେ ପ୍ରାୟ ୬୫ରୁ ୭୦ ପ୍ରତିଶତ ପାଣି ଭାରତୀୟ ଅଂଚଳରୁ ଆସୁଛି । ପୁଣି ଚୀନ ଉପର ମୁଣ୍ଡରେ ବନ୍ଧ ନିର୍ମାଣ କରି କିଛି ପାଣି ଅଟକାଉଛି । ଏଣୁ ବ୍ରହ୍ମପୁତ୍ର ନଦୀ ଚୀନ ଉପରେ ନିର୍ଭରଶୀଳ ନୁହେଁ। ଚୀନ ଚାହିଁଲେ ବି ବିଶେଷ କିଛି କରିପାରିବ ନାହିଁ । ପୁଣି ଚୀନ ସହ ଭାରତର କୌଣସି ଜଳବଣ୍ଟନ ଚୁକ୍ତି ନାହିଁ । ଏବେ ଏବେ ବି ମନଇଚ୍ଛା ନଦୀବନ୍ଧ କରୁଛି ଓ ତଳିଆ ଦେଶମାନଙ୍କୁ ଜଳପ୍ରବାହ ସଂପର୍କରେ କୌଣସି ସୂଚନା ଦେଉନାହିଁ । ଏଣୁ ଏହାଠାରୁ ଅଧିକ କଣ କରିପାରିବ ଚୀନ ?