ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବସ୍ତରର ଆଭ୍ୟନ୍ତରୀଣ ଅଞ୍ଚଳରେ ସୁରକ୍ଷା ବାହିନୀର ପ୍ରାୟ ୫୦ ହଜାର ସୈନିକ ଏବଂ ଦୁଇ ହଜାର ନକ୍ସଲଙ୍କ ମଧ୍ୟରେ ଯୁଦ୍ଧ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଲାଣି। ଏହି ଯୁଦ୍ଧରେ ଜିତିବା ପାଇଁ ସ୍ଥାନୀୟ ଲୋକଙ୍କ ସମର୍ଥନ ହାସଲ କରିବାକୁ ଦୁଇ ପକ୍ଷରୁ ବହୁ ପ୍ରୟାସ କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ନକ୍ସଲ ପ୍ରବଣ ଅଂଚଳଗୁଡିକକୁ ବିକଶିତ କରାଯାଉଛି ଏବଂ ରାସ୍ତା, ବିଦ୍ୟୁତ୍, ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉଛି। ପୁଲିସ ଅଧିକାରୀମାନେ ଆଶା ପ୍ରକଟ କରିଛନ୍ତି ଯେ ଆସନ୍ତା ୬ ମାସ ଗୁରୁତ୍ୱପୂର୍ଣ୍ଣ ହେବ ଏବଂ ନକ୍ସଲମାନଙ୍କ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଉଛି।
ଏହି ଖବର ପଢ଼ନ୍ତୁ: ନୂତନ ପୁଲିସ କ୍ୟାମ୍ପ ଉପରେ ନକ୍ସଲ ହମଲା, ୨ ଯବାନ ଆହତ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲମାନଙ୍କୁ ରାଜ୍ୟରୁ ହଟାଇବା ନେଇ ଘୋଷଣା କରିଛନ୍ତି। ଏ ନେଇ ଶ୍ରୀ ଶାହା ଦୁଇଟି ବଡ଼ସଭା କରିଛନ୍ତି। ନକ୍ସଲବାଦର କେନ୍ଦ୍ର ବିନ୍ଦୁ ହେଉଛି ଛତିଶଗଡ଼ର ବସ୍ତର ଅଞ୍ଚଳ ଏବଂ ଅଧିକାଂଶ ନକ୍ସଲମାନେ ଏଠାରେ ଅଛନ୍ତି। ତେଣୁ ଏଠାରେ ବିଶେଷ ଧ୍ୟାନ ଦିଆଯାଉଛି ବୋଲି କୁହାଯାଉଛି। ଗତ ଦୁଇ ବର୍ଷ ଧରି ନକ୍ସଲମାନଙ୍କ ବିରୁଦ୍ଧରେ ଏକ ବିଶାଳ ଅଭିଯାନ ଚାଲିଛି ଏବଂ ଏଥିରେ ୨୧୯ ନକ୍ସଲଙ୍କ ମୃତ୍ୟୁ ଘଟିଛି। ପ୍ରାୟ ୮୫୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୮୦୨ ଜଣ ଆତ୍ମସମର୍ପଣ କରିଲେଣି।
ଏହି ଖବର ପଢ଼ନ୍ତୁ: ବିଜେଡିର ପ୍ରତିଷ୍ଠା ଦିବସ: ଯୁବନେତ୍ରୀଙ୍କୁ ଚାପୁଡ଼ା, ଭଂଜନଗରରେ ଦଳ ଛାଡ଼ିଲେ ନେତା
ବସ୍ତରର ବିଜାପୁର, ସୁକମା, ଦନ୍ତେୱାଡ଼ା, ନାରାୟଣପୁର, କାଂକେର ଏବଂ କୋଣ୍ଡାଗାଓଁରେ ନକ୍ସଲମାନେ ସକ୍ରିୟ ଅଛନ୍ତି। ଅଧିକାଂଶ ନକ୍ସଲମାନେ ବିଜାପୁର, ସୁକମା ଏବଂ ଦନ୍ତେୱାଡାରେ ରହିଛନ୍ତି। ଘଞ୍ଚ ଜଙ୍ଗଲ-ପର୍ବତ ଏବଂ ଅତି ଦୁର୍ଗମ ଯୋଗୁଁ ଏଠାରେ ନକ୍ସଲମାନଙ୍କ ସହିତ ଲଢ଼ିବା ସହଜ ନୁହେଁ। ଏସବୁକୁ ଦୃଷ୍ଟିରେ ରଖି ନକ୍ସଲମାନଙ୍କ ଉପରେ ହୋଇଥିବା ଆକ୍ରମଣ ସହିତ ସ୍ଥାନୀୟ ସ୍ତରରେ ଲୋକଙ୍କ ସମର୍ଥନ ହାସଲ କରିବା ପାଇଁ ଏକ ଅଭିଯାନ ଚାଲିଛି କୁହାଯାଇଛି। ଦୁର୍ଗମ ଅଞ୍ଚଳର ସ୍ଥାନୀୟ ଲୋକ ନକ୍ସଲମାନଙ୍କ ପ୍ରତି ଏକ ସକରାତ୍ମକ ମନୋଭାବ ପୋଷଣ କରନ୍ତି। ତେଣୁ ଏହା କଷ୍ଟକର ହୋଇପଡୁଛି ବୋଲି ପୁଲିସ କହିଛି। କିନ୍ତୁ ବର୍ତ୍ତମାନ ସ୍ଥାନୀୟ ସ୍ତରରେ ସମର୍ଥନ ହାସଲ କରିବାକୁ ପୁଲିସ ସରକାରଙ୍କ ସହ କାମ କରୁଛି। ଯଦ୍ବାରା ନକ୍ସଲ ଦମନ ଅଭିଯାନରେ ସଫଳତା ମିଳୁଛି। ବହୁ ସଂଖ୍ୟକ ନକ୍ସଲ ମୁଖ୍ୟ ସ୍ରୋତକୁ ଆସିଛନ୍ତି।
'ଛତିଶଗଡ'ର ଏକ ଆଲୋଚନା ଚକ୍ରରେ ଏଡିଜି (ନକ୍ସଲ ଅପରେସନ୍) ବିବେକାନନ୍ଦ କହିଛନ୍ତି ଯେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ରହୁଥିବା ପରିବାରର ପ୍ରତ୍ୟେକ ସଦସ୍ୟ କିଛି ଯୋଜନାର ଲାଭ ପାଇବା ଉଚିତ,ଏହା ହେଉଛି ସରକାରଙ୍କ ଉଦ୍ୟମ। ସରକାରଙ୍କ 'ନୟାଦ ନେଲା ନାୟାର' ଯୋଜନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ଯେ ବିଜାପୁର ଏବଂ ସୁକମାର ଦୁର୍ଗମ ଅଞ୍ଚଳରେ ରାସ୍ତା ନିର୍ମାଣରେ ତତ୍ପରତା ଦେଖାଦେଇଛି। ଏହା ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ସହଜ ହେବା ସହ ସେଠାରେ ରହୁଥିବା ଲୋକମାନେ ସରକାରୀ ଯୋଜନାର ଲାଭ ପାଇବେ।
ଗତ ଦୁଇ ବର୍ଷ ମଧ୍ୟରେ ବିଜାପୁରରେ ୫୦ଟି ହେଲିପ୍ୟାଡ୍ ନିର୍ମାଣ କରାଯାଇଥିବା ଜଣାପଡିଛି। ସିଆରପିଏଫ ବ୍ୟତୀତ ବିଏସଏଫ ଏବଂ ଜିଲ୍ଲା ପୁଲିସ ଫୋର୍ସ ମଧ୍ୟ ବସ୍ତରରେ ମୁତୟନ ହୋଇଛନ୍ତି। ସମୁଦାୟ ୫୦ ହଜାର ସୁରକ୍ଷା ବାହିନୀ ଏବେ ଉପସ୍ଥିତ ଅଛନ୍ତି। ସମସ୍ତଙ୍କ ମଧ୍ୟରେ ସମନ୍ବୟ ରହିଛି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ନକ୍ସଲ ଅପରେସନ୍ ଉପରେ ସିଧାସଳଖ ନଜର ରଖିଛି। ସୂତ୍ରରୁ ପ୍ରକାଶ ଯେ ବିଜାପୁର, ଦନ୍ତେୱାଡା ଏବଂ ସୁକମାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରାୟ ଦୁଇ ହଜାର ନକ୍ସଲ ଏବେ ମହଜୁଦ ରହିଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଏକ ହଜାର ସଂପୂର୍ଣ୍ଣ ତାଲିମପ୍ରାପ୍ତ ଏବଂ ବାକି ଏକ ହଜାର ଅଧିକ ତାଲିମପ୍ରାପ୍ତ ନୁହଁନ୍ତି।
ଏହି ଖବର ପଢ଼ନ୍ତୁ: ଲୁଚିଛି ହାତୀ: ଜଙ୍ଗଲରେ ପତ୍ର ସଂଗ୍ରହ କରୁଥିଲେ ମହିଳା, କଚାଡ଼ି ଦେଲା
ବିଶେଷଜ୍ଞମାନେ ଆଶାପ୍ରକଟ କରିଛନ୍ତି ଯେ ଯଦି ସବୁ କିଛି ଠିକ୍ ହୁଏ ତେବେ ବିଜାପୁର,ସୁକମା ଏବଂ ଦନ୍ତେୱାଡାର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ନକ୍ସଲମାନେ ଜୁନ୍ ସୁଦ୍ଧା ମୂଳପୋଛ ହୋଇଯିବେ। ପୁଲିସ ଅଧିକାରୀମାନଙ୍କ କହିବା ଅନୁଯାୟୀ ବାକି ରାଜ୍ୟରେ ମାତ୍ର ୧୦୦ରୁ ୨୦୦ରୁ ଅଧିକ ନକ୍ସଲ ନାହାନ୍ତି। ଛତିଶଗଡରେ ଏହି ସଂଖ୍ୟା ହଜାରେରୁ ଅଧିକ ଥିବାରୁ ଅଧିକ ଧ୍ୟାନ ଦିଆଯାଉଛି। ବିଜାପୁରରେ ଜୁନ୍ ବର୍ଷା ଆରମ୍। ଏହା ପୂର୍ବରୁ ଅପରେସନ୍ ଶେଷ କରିବାକୁ ପ୍ରସ୍ତୁତି ଚାଲିଥିବା କୁହାଯାଇଛି।
ଏହି ଖବର ପଢ଼ନ୍ତୁ: ପୁଅ କିନ୍ନରକୁ ବିବାହ କରିବାକୁ କହିବାରୁ ଜୀବନ ହାରିଲେ ମାତାପିତା