ସାବରିମାଲା ମାମଲା: ବୃହତ୍ତର ଖଣ୍ଡପୀଠକୁ ଆଇନଗତ ପ୍ରଶ୍ନ ରେଫର୍‌ କରିବେ ବୋଲି କହିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସାବରିମାଲା ମନ୍ଦିର ମଧ୍ୟକୁ ମହିଳାମାନଙ୍କ ପ୍ରବେଶ ବିଷୟରେ ଉଠୁଥିବା ଆଇନଗତ ପ୍ରଶ୍ନଗୁଡ଼ିକୁ ବୃହତ୍ତର ଖଣ୍ଡପୀଠଙ୍କୁ ରେଫର୍‌ କରିପାରିବେ ବୋଲି ସୁପ୍ରିମ୍‌ କୋର୍ଟ ସୋମବାର ଦିନ କହିଛନ୍ତି।

ଭାରତର ପ୍ରଧାନ ବିଚାରପତି ଏସ୍‌. ଏ. ବୋବଡ଼େଙ୍କ ନେତୃତ୍ୱାଧୀନ ୯ଜଣିଆ ବିଚାପତିବିଶିଷ୍ଟ ଖଣ୍ଡପୀଠ କହିଲେ କି, ରିଭ୍ୟୁ ଜୁରିସ୍‌ଡିକ୍ସନ୍‌ ଅନ୍ତର୍ଗତ ନିଜର ସୀମିତ କ୍ଷମତା ପ୍ରୟୋଗ କରିବା ସମୟରେ ସୁପ୍ରିମ୍‌ କୋର୍ଟ ଆଇନଗତ ପ୍ରଶ୍ନ ପ୍ରସ୍ତୁତ କରି ସେଗୁଡ଼ିକୁ ବୃହତ୍ତର ଖଣ୍ଡପୀଠଙ୍କୁ ରେଫର୍‌ କରିପାରିବେ।

Image Source: India Today

ଖଣ୍ଡପୀଠଙ୍କ ଶୁଣାଣି ନିମନ୍ତେ ଅଦାଲତ ପ୍ରଶ୍ନଗୁଡ଼ିକର ପୁନଃପ୍ରସ୍ତୁତି ମଧ୍ୟ କରିସାରିଛନ୍ତି।

ଫେବ୍ରୁଆରି ୧୭ ତାରିଖ ଦିନ ୯ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠଙ୍କ ଆଗରେ ଶୁଣାଣି ଆରମ୍ଭ ହେବ। ଉଭୟ ପକ୍ଷଙ୍କ ତରଫରୁ ଜଣେ ଲେଖାଏଁ ଓକିଲ ଯୁକ୍ତିତର୍କର ନେତୃତ୍ୱ ନେବେ ଏବଂ ସେମାନଙ୍କୁ ଏଥି ନିମନ୍ତେ ପୂରା ଦିନଟିଏ ମିଳିବ। ଅତିରିକ୍ତ ଯୁକ୍ତି ନିମନ୍ତେ ପ୍ରତ୍ୟେକ ଓକିଲଙ୍କୁ ଆଉ ଦୁଇ ଘଣ୍ଟା ସମୟ ମଧ୍ୟ ମିଳିବ।

ବୃହତ୍ତର ଖଣ୍ଡପୀଠଙ୍କୁ ଠାରୁ ଉତ୍ତର ପାଇବାକୁ ୨୦୧୯ ନଭେମ୍ବର ୧୪ ତାରିଖ ଦିନ ସାବରିମାଲା ରିଭ୍ୟୁ ପିଟିସନ୍‌ଗୁଡ଼ିକର ଶୁଣାଣି କରୁଥିବା ପାଞ୍ଚ ବିଚାରପତିବିଶିଷ୍ଟ ଖଣ୍ଡପୀଠ ସାତୋଟି ପ୍ରଶ୍ନ ପ୍ରସ୍ତୁତ କରିଥିଲେ। ସମ୍ବିଧାନରେ ଥିବା ଧାର୍ମିକ ସ୍ୱାଧୀନତା ଓ ବିଶ୍ୱାସ ଉପରେ ଏହି ପ୍ରଶ୍ନଗୁଡ଼ିକ ଆଧାରିତ।

ସମ୍ବନ୍ଧିତ ଖବର