ଆପଣଙ୍କ ଗାଡ଼ିରେ ସାନିଟାଇଜର୍‌ ରଖି ଗାଡ଼ିକୁ ଖରାରେ ଥୋଇ ଯାଉଛନ୍ତି କି? ସାବଧାନ !

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ସଂକ୍ରମଣ ପରଠାରୁ ହ୍ୟାଣ୍ଡ୍‌ ସାନିଟାଇଜର୍‌ ପ୍ରତ୍ୟେକଙ୍କ ପାଇଁ ଏକ ଅତି ଦରକାରୀ ସାମଗ୍ରୀ ‌ହୋଇପଡ଼ିଛି। ଅନେକ ଲୋକ ଏବେ ନିଜ ଗାଡ଼ିରେ ସାନିଟାଇଜର୍‌ ରଖିବା ଅଭ୍ୟାସ୍‌ କରି ସାରିଲେଣି। ନିକଟରେ ଏ ନେଇ ସୋସିଆଲ୍‌ ମିଡିଆରେ ଅନେକ ପୋଷ୍ଟ୍‌ ଦେଖିବାକୁ ମିଳି ସାରିଲାଣି। ଗାଡ଼ିରେ ସାନିଟାଇଜର୍‌ ରଖି ତାହାକୁ ଖରାରେ ଥୋଇ ଦେଇ ଗଲେ ସୂର୍ଯ୍ୟୋକିରଣ ସଂସ୍ପର୍ଶରେ ଆସି ଗାଡ଼ି ବିସ୍ଫୋରଣ ହେଉଛି ବୋଲି ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ପୋଷ୍ଟ୍‌ କରିଛନ୍ତି। ଏହା କେତେ ସତ କେତେ ମିଛ ତାହା ଅସ୍ପଷ୍ଟ।

ନିକଟରେ ଏ ନେଇ ଆମେରିକାର ୱିସ୍‌କନ୍‌ସିନ୍‌ ଫାୟାର୍‌ ବିଭାଗ ସର୍ଭେ କରି ଏକ ଆଡ୍‌ଭାଇଜରି ଜାରି କରି କହିଛି ଯେ ଗାଡ଼ି ଭିତରେ ସାନିଟାଇଜର୍‌ ଛାଡ଼ି ଯିବା ବାସ୍ତବରେ ବିପଦପୂର୍ଣ୍ଣ। କର୍ତ୍ତୃପକ୍ଷ ଏକ ବିସ୍ଫୋରିତ ଗାଡ଼ିର ଫଟୋ ସୋସିଆଲ୍‌ ମିଡିଆରେ ଜାରି କରି ଲେଖିଛନ୍ତି କି କାର୍‌ ଭିତରେ ସାନିଟାଇଜର୍‌ ଛାଡ଼ି କରି ଯିବା କାର୍‌ ବିସ୍ପୋରଣର କାରଣ .ହୋଇପାରେ। ଅନେକ ସାନିଟାଇଜର୍‌ ଆଲ୍‌କହଲ ବେସ୍‌ଡ ରହୁଥିବାରୁ ଏହା ନିଆଁକୁ ଆକର୍ଷିତ କରେ। ଯଦିଓ ପରେ ଏହି ପ‌ୋଷ୍ଟ୍‌ଟିକୁ ସୋସିଆଲ୍‌ ମିଡିଆରୁ ହଟାଇ ଦିଆଯାଇଛି ମାତ୍ର ଥରେ ଭାବନ୍ତୁ ଯଦି ସତରେ ଏପରି ଘଟେ?

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଅଧିକାଂଶ ଭାରତୀୟ ବ୍ୟବହାର କରୁଥିବା ସାନିଟାଇଜର୍‌ରେ ପ୍ରାୟତଃ ୪୦ ପ୍ରତିଶତରୁ ଉର୍ଧ୍ବ ଆଲ୍‌କହଲ୍‌ ଥାଏ। ଆହୁରି କିଛି ବ୍ରାଣ୍ଡ୍‌ରେ ୭୦ ପ୍ରତିଶତରୁ ବି ଅଧିକ ଆଲ୍‌କହଲ୍‌ ଥାଏ। ଏବଂ ଆଲ୍‌କହଲ୍ ଅତ୍ୟନ୍ତ ଦହନଶୀଳ, ତେଣୁ ସାନିଟାଇଜର ଗାଡ଼ିରେ ନ ରଖି ପାଖରେ ରଖନ୍ତୁ।

ସମ୍ବନ୍ଧିତ ଖବର