ୱାସିଂଟନ: କଲରାଡୋର ସର୍ବୋଚ୍ଚ ଅଦାଲତ ରିପବ୍ଲିକାନ ନେତା ଡୋନାଲ୍ଡ ଟ୍ରମ୍ପ ରାଜ୍ୟରେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ରାୟ ଦେଇଥିବା ବେଳେ ଏହା ବିରୋଧରେ ଟ୍ରମ୍ପଙ୍କ ଆବେଦନର ଶୁଣାଣି କରିବାକୁ ଶୁକ୍ରବାର ଆମେରିକାର ସୁପ୍ରିମ୍କୋର୍ଟ ରାଜି ହୋଇଛନ୍ତି। ପୂର୍ବତନ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ୩ ଜଣ ବିଚାରପତିଙ୍କୁ ନେଇ ଗଠିତ କଞ୍ଜରଭେଟିଭ୍ ସଂଖ୍ୟାଗରିଷ୍ଠ ସୁପ୍ରିମ୍କୋର୍ଟ କହିଛନ୍ତି ଯେ ଫେବ୍ରୁଆରି ୮ତାରିଖରେ ଉଚ୍ଚସ୍ତରୀୟ ନିର୍ବାଚନ ମାମଲାର ଶୁଣାଣି କରାଯିବ। ୨୦୨୧ ଜାନୁଆରି ୬ ତାରିଖରେ ଆମେରିକା ସଂସଦ ଉପରେ ତାଙ୍କ ସମର୍ଥକଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ଟ୍ରମ୍ପଙ୍କ ଭୂମିକା ଥିବାରୁ କଲରାଡୋ ଅଦାଲତ ଗତମାସରେ ରାଜ୍ୟରେ ଟ୍ରମ୍ପଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ୍ ଲଗାଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp