ନୂଆଦିଲ୍ଲୀ: ୟୁକ୍ରେନ୍ରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉଦ୍ଧାର ସଂକ୍ରାନ୍ତ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ଆଜି ସକାଳେ ଭାରତର ପ୍ରଧାନ ବିଚାରପତି ଏନ୍.ଭି. ରମନା କହିଛନ୍ତି, ଯୁଦ୍ଧ ବନ୍ଦ କରିବା ପାଇଁ ମୁଁ କ’ଣ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ କହିପାରିବି?
ପ୍ରଧାନ ବିଚାରପତି କହିଛନ୍ତି, ଭାରତର ପ୍ରଧାନ ବିଚାରପତି କ’ଣ କରୁଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ କେତେକ ଭିଡିଓରେ ଦେଖିଲି। ଏଥିରେ ଅଦାଲତ କ’ଣ କରିବ? ଯୁଦ୍ଧ ବନ୍ଦ ପାଇଁ ମୁଁ କ’ଣ ରୁଷୀୟ ରାଷ୍ଟ୍ରପତିଙ୍କୁ ନିର୍ଦେଶ ଦେଇ ପାରିବି?
ୟୁକ୍ରେନୀୟ ସୀମାନ୍ତରେ ଫସି ରହିଥିବା ୨୦୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯିବା ପାଇଁ ଆଗତ ଆବେଦନର ଶୁଣାଣି ବେଳେ ପ୍ରଧାନ ବିଚାରପତି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଆବେଦନକାରୀଙ୍କ ଓକିଲ ଦାବି କରିଥିଲେ ଯେ, ଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନ୍ରୁ ରୋମାନିଆକୁ ଯିବାରେ ବାଧା ଦିଆଯାଉଛି। ଲୋକେ ଥଣ୍ଡାରେ କୋଲ ମାରିଯାଉଛନ୍ତି। ସେମାନେ ତତ୍ତ୍ବ ନେବା କଥା।
Image Courtesy of The Financial Expressଏହାର ଉତ୍ତର ଦେଇ ପ୍ରଧାନ ବିଚାରପତି କହିଛନ୍ତି, ତତ୍ତ୍ବ ନେବା କାହାର କାମ? ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରତି ଆମର ସମବେଦନା ରହିଛି। ଭାରତ ସରକାର ତାଙ୍କର କାମ ଚଳାଇଛନ୍ତି। ତଥାପି କ’ଣ କରାଯାଇ ପାରିବ ବୋଲି ଆମେ ଆଟର୍ଣ୍ଣି ଜେନେରାଲ୍ଙ୍କୁ ପଚାରିବୁ।
ଏହାପରେ ସର୍ବୋଚ୍ଚ ଅଦାଲତ ଭାରତ ସରକାରଙ୍କୁ ପଚାରି ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ସହାୟକ ହେବା ଲାଗି ଆଟର୍ଣ୍ଣି ଜେନେରାଲ୍ କେ.କେ. ବେଣୁଗୋପାଳଙ୍କୁ କହିଥିଲେ।
ମଙ୍ଗଳବାର ଦିନ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗ୍ଲା କହିଥିଲେ ଯେ, ପ୍ରାୟ ୮୦୦୦ ଭାରତୀୟ ମୁଖ୍ୟତଃ ଛାତ୍ରଛାତ୍ରୀମାନେ ଏବେ ବି ୟୁକ୍ରେନ୍ରେ ଫସି ରହିଛନ୍ତି।
ଫେବ୍ରୁଆରି ୨୪ ତାରିଖରେ ରୁଷୀୟ ସେନା ଆକ୍ରମଣ ଆରମ୍ଭ କରିବା ପରେ ପରେ ୟୁକ୍ରେନ୍ ତା’ର ଆକାଶପଥ ବନ୍ଦ କରି ଦେବାରୁ ସ୍ବତନ୍ତ୍ର ବିମାନ ଯୋଗେ ଭାରତ ୟୁକ୍ରେନ୍ର ପଶ୍ଚିମ ସୀମାନ୍ତରେ ଅବସ୍ଥିତ ରୋମାନିଆ, ହଙ୍ଗେରି ଏବଂ ପୋଲାଣ୍ଡ୍ରୁ ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଆଣୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/cji.jpg)