ନୂଆଦିଲ୍ଲୀ: ଏପ୍ରିଲ ୨୬ ତାରିଖ‌ରେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ୧୨ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ୮୮ଟି ଆସନରେ ଭୋଟ୍ ଗ୍ରହଣ ହେବ।

Advertisment

ଆସନ୍ତାକାଲି ହେବାକୁ ଥିବା ଭୋଟିଂକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ପ୍ରକାର ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ଏପ୍ରିଲ୨୬କୁ ଡ୍ରାଏ ଡେ ଭାବେ ଘୋଷଣା କରାଯାଇଛି।

ଏଭଳି ପରିସ୍ଥିତିରେ ଯଦି କୌଣସି ଭୋଟର ମଦ୍ୟପାନ କରି ଭୋଟ୍ ଦେବାକୁ ଯାଆନ୍ତି ତେବେ ପୁଲିସ ଉକ୍ତ ଭୋଟରଙ୍କ ପ୍ରତି କିଭଳି ପଦକ୍ଷେପ ନେବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ତେବେ ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବୁ କି ନିର୍ବାଚନ ସମୟରେ ଯଦି କୌଣସି ବ୍ୟକ୍ତି ମଦ ପିଇ ଭୋଟଦାନ କେନ୍ଦ୍ରରେ ପହଞ୍ଚ ହଙ୍ଗାମା କରନ୍ତି ତେବେ ତାଙ୍କ ବିରୋଧରେ  ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସହିତ ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବ।

ନିର୍ବାଚନ ଆୟୋଗର ଅବସରପ୍ରାପ୍ତ ବରିଷ୍ଠ ମୁଖ୍ୟ ସଚିବ ଆର.କେ ଶ୍ରୀବାସ୍ତବ କହିଛନ୍ତି,‘ମଦ୍ୟପାନ କରିବା ପରେ ଯଦି କୌଣସି ଭୋଟର ମତଦାନ କେନ୍ଦ୍ରରେ କିମ୍ବା ଏହାର ଆଖପାଖ ଅଞ୍ଚଳରେ ବୁଲି ହଙ୍ଗାମା କରନ୍ତି,କିମ୍ବା କୌଣସି ଦଳର ପ୍ରଚାର କରି କହୁଥିବା ଦଳରେ ଭୋଟ ଦେବାକୁ ଅନ୍ୟ ପ୍ରାର୍ଥୀଙ୍କୁ ଜୋରଜବରଦସ୍ତି କରନ୍ତି କି ତାଙ୍କ ବ୍ୟବହାର ଦ୍ବାରା ଯଦି ଅନ୍ୟ ଭୋଟରଙ୍କୁ ପ୍ରଭାବ ପଡେ ତେବେ ତୁରନ୍ତ ଉକ୍ତ ଭୋଟଙ୍କ ବିରୋଧରେ ମାମଲା ରୁଜୁ କରି ଜେଲ ପଠାଇଦିଆଯିବାର ନିୟମ ରହିଛି।