ଟରଣ୍ଟୋ: ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ଚଳାଇଥିବା କାର୍ଯ୍ୟକଳାପ ଉପରେ ‘ନାଟୋ’ ନଜର ରଖିବା ଆବଶ୍ୟକ ବୋଲି କାନାଡାର ପ୍ରତିରକ୍ଷା ମନ୍ତ୍ରୀ ହରଜିତ ସାଜ୍ଜନ କହିଛନ୍ତି। କାରଣ ସେଠାରେ ଚୀନ୍ ଯେଉଁ ପ୍ରକାର କାର୍ଯ୍ୟକଳାପ ପ୍ରଦର୍ଶନ କରୁଛି ତାହା ଚିନ୍ତାଜନକ ହେବା ସ୍ବାଭାବିକ।
ସ୍ଲୋଭାକିଆର ରାଜଧାନୀରେ ‘ଗ୍ଲୋବ୍ସେକ୍ ବ୍ରାତିସ୍ଲାଭା ଫୋରମ୍’ ଦ୍ବାରା ଆୟୋଜିତ ଦଳଗତ ଆଲୋଚନା ‘ଏ କମ୍ପାସ୍ ଅଫ୍ ଷ୍ଟାବିଲିଟି-ନାଟୋସ୍ ଏଜ୍ଲେସ୍ ୟୁଟିଲିଟି’ରେ ଅଂଶ ଗ୍ରହଣ କରି ସାଜ୍ଜନ ଏଭଳି ମତ ଦେଇଛନ୍ତି।
Image Courtesy of Asia Timesଓଟ୍ଟାୱାରୁ ଭିଡିଓ ଲିଙ୍କ୍ଦ୍ବାରା ଏଥିରେ ଅଂଶ ଗ୍ରହଣ କରିଥିବା ସାଜ୍ଜନ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ୨୦୧୮ରେ ଭ୍ୟାଙ୍କୋଭର୍ରେ ହୁଆୱେଇର ମୁଖ୍ୟ ଅର୍ଥନୈତିକ ଅଧିକାରୀ ମେଙ୍ଗ୍ ୱାନ୍ଝୌଙ୍କ ଗିରଫଦାରିର ପ୍ରତିହିଂସାସ୍ବରୂପ ଜଣେ ପୂର୍ବତନ କୂଟନୀତିଜ୍ଞଙ୍କ ସମେତ ଦୁଇଜଣ କାନଡୀୟଙ୍କୁ ଅଟକ ରଖି ଚୀନ୍ ‘ପଣବନ୍ଦୀ କୂଟନୀତି’ କରୁଛି।
ସାଜ୍ଜନ ଆହୁରି ମଧ୍ୟ କହିଛନ୍ତି ଯେ, ଏ ଭଳି କାର୍ଯ୍ୟକଳାପ ଚୀନ୍ର ବାସ୍ତବ ଅଭିଳାଷ ବିଷୟରେ ସନ୍ଦେହ ସୃଷ୍ଟି କରୁଛି। ଏ ଭଳି କେତେକ ପ୍ରସଙ୍ଗ ଉପରେ ଆମେ ଦୃଷ୍ଟି ରଖିବା କଥା। ‘ନାଟୋ’ ଦ୍ବାରା ଏହା କରାଯିବା ଆବଶ୍ୟକ।
ଚୀନ୍ ଓ କାନାଡା ମଧ୍ୟରେ ସମ୍ପର୍କ ଅବନତି ହୋଇ ଚାଲିଥିବା ବେଳେ ସାଜ୍ଜନ ଏ ଭଳି ମନ୍ତବ୍ୟ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/south-china-sea.jpg)