କାନାଡ଼ା: ଭାରତୀୟ ରେସ୍ତୋରାଁରେ ବିସ୍ଫୋରଣ: ୧୫ ଆହତ

ଓଣ୍ଟାରିଓ: କାନାଡ଼ାର ଓଣ୍ଟାରିଓ ସ୍ଥିତ ମିସିସୌଗାରେ ଏକ ଭାରତୀୟ ରେସ୍ତୋରାଁରେ ଆଜି ବିସ୍ଫୋରଣ ଘଟି ୧୫ ଜଣ ଆହତ ହୋଇଛନ୍ତି। ଉକ୍ତ ଆହତ ୧୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ୩ ଗୁରୁତର ଆହତଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଦ୍ଭବ କାନାଡ଼ା ବାସିନ୍ଦା ଥିବା ଜଣାପଡ଼ିଛି। ଆଜି ପୂର୍ବାହ୍ନ ୧୦.୩୦ ସମୟରେ ଓଣ୍ଟାରିଓର ବମ୍ବେ ଭେଲ୍‌ ରେସ୍ତୋରାଁରେ ହଠାତ୍‌୍‌ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଦୁଇଜଣ ଯୁବକ ଏହି ବିସ୍ଫୋରଣ ଘଟାଇଥିବା ଜଣାପଡ଼ିଛି। ବିସ୍ଫୋରଣ ପରେ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଟରୋଣ୍ଟରେ ଥିବା ଭାରତର ବାଣିଜ୍ୟିକ ଦୂତାବାସ ମୁଖ୍ୟ ଚିକିତ୍ସାଧୀନ ୩ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ଡାକ୍ତରଖାନାରେ ଭେଟିଛନ୍ତି ଏବଂ ଏବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଏହି ଘଟଣା ଉପରେ ସତର୍କ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର