କାନାଡ଼ା: ଆଷ୍ଟ୍ରାଜେନେକା ଟିକା ନେବା ପରେ ରକ୍ତ ଜମାଟ ବାନ୍ଧି ହୋଇଯାଉଥିବାର ଅଭିଯୋଗ ପାଇବା ପରେ କାନାଡାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏକ ବଡ ପଦକ୍ଷେପ ନେଇଛନ୍ତି | ୫୫ ବର୍ଷରୁ କମ୍ ଲୋକଙ୍କୁ ପାଇଁ ଏହି ଟିକା ଦିଆଯିବ ନାହିଁ ବୋଲି କୁହାଯାଇଛି | ୫୫ ବର୍ଷରୁ କମ ବୟସର ବ୍ୟକ୍ତିଙ୍କ ଉପରେ ଟିକା ବ୍ୟବହାର ନେଇ ପ୍ରତିବନ୍ଧକ ଲଗାଯାଇଛି । କାନାଡାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଆଷ୍ଟ୍ରାଜେନେକା ଟିକା ନେବା ପରେ ଥ୍ରୋମ୍ବୋସାଇଟୋପେନିଆ (କମ ରକ୍ତ ପ୍ଲେଟଲେଟସ) ଏବଂ ଥ୍ରୋମ୍ବୋସିସ୍ (ରକ୍ତ ଜମାଟ ବାନ୍ଧିବା) ମାମଲା ସାମ୍ନାକୁ ପରେ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

କାନାଡାରେ ଏପର୍ଯ୍ୟନ୍ତ ୫୦୦,୦୦୦ ଡୋଜ୍ ଆଷ୍ଟ୍ରାଜେନେକା ଟିକା ଦିଆଯାଇଥିବାବେଳେ ଏଗୁଡିକ ସିରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କରାଯାଇଛି | ସୂଚନା ଥାଉ କି କାନାଡାରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫେବୃଆରୀ ୯ ରେ ଟେଲିଫୋନ୍ ଯୋଗେ ଟିକା ଯୋଗାଇବାକୁ ଅନୁରୋଧ କରିଥିଲେ। ଯାହା ପରେ ଦୁଇ ଲକ୍ଷ ଡୋଜ ଟିକା କାନାଡାକୁ ପଠାଯାଇଥିଲା | ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ୬୦% ରୁ ଅଧିକ ଡୋଜ ବ୍ୟବହାର ହୋଇସାରିଛି |

ଉଲ୍ଲେଖନୀୟ ବିଷୟ ହେଉଛି, ଯେ ଆଷ୍ଟ୍ରାଜେନେକା ଟିକା ନେବା ଦ୍ୱାରା ରକ୍ତ ଜମାଟ ବାନ୍ଧିବା ଅଭିଯୋଗ ଆସିବା ପରେ ପୂର୍ବରୁ ଡେନମାର୍କ, ନରୱେ, ଅଷ୍ଟ୍ରିଆ ସମେତ ସାତୋଟି ୟୁରୋପୀୟ ଦେଶ ସାମୟିକ ସମୟ ପାଇଁ ଟିକାକରଣକୁ ସ୍ଥଗିତ ରଖିଥିଲେ |