ଓଟାୱା: ପୂର୍ବରୁ ଭାରତ ଯାହା ଅଭିଯୋଗ କରିଆସୁଥିଲା ଶେଷରେ ତାହାକୁ ମାନିଛି କାନାଡା । ଭାରତ ବିରୋଧୀ ଖଲିସ୍ତାନୀ ସଂଗଠନଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଉଥିବା କାନାଡା ସରକାରଙ୍କ ଏକ ରିପୋର୍ଟରେ ସ୍ବୀକାର କରାଯାଇଛି ।
"କାନାଡାରେ ମନି ଲଣ୍ଡରିଂ ଏବଂ ଆତଙ୍କବାଦୀ ପାଣ୍ଠି ଯୋଗାଣ ବିପଦ ଆକଳନ ୨୦୨୫" ଶୀର୍ଷକ ଏହି ରିପୋର୍ଟ ଅନୁଯାୟୀ, ଭାରତର ଶତ୍ରୁ ଆତଙ୍କବାଦୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ ଏବଂ ଇଣ୍ଟରନ୍ୟାସନାଲ ଶିଖ୍ ୟୁଥ୍ ଫେଡେରେସନ ଭଳି ଖଲିସ୍ତାନୀ ଗୋଷ୍ଠୀଗୁଡ଼ିକୁ କାନାଡାରୁ ଆର୍ଥିକ ସହାୟତା ମିଳିଛି।
ଏହି ରିପୋର୍ଟ ଆସିବାର କିଛି ମାସ ପୂର୍ବରୁ, କାନାଡାର ଗୁଇନ୍ଦା ସଂସ୍ଥା ରିପୋର୍ଟ କରିଥିଲା ଯେ ୧୯୮୦ ଦଶକରୁ, ଖାଲିସ୍ତାନ ସମର୍ଥକ ଉପାଦାନଗୁଡ଼ିକ ଭାରତର ପଞ୍ଜାବରେ ଏକ ସ୍ୱାଧୀନ ରାଷ୍ଟ୍ର 'ଖାଲିସ୍ତାନ' ସୃଷ୍ଟି କରିବା ପାଇଁ ରାଜନୈତିକ ଭାବରେ ପ୍ରେରିତ ହିଂସାତ୍ମକ ଉଗ୍ରବାଦ ପ୍ରସାର କରୁଛନ୍ତି।
କେବଳ ଖଲିସ୍ତାନୀ ନୁହେଁ, ହିଜବୁଲ୍ଲା ଓ ହମାସ ପରି କେତେକ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନକୁ ମଧ୍ୟ କାନାଡା ଅର୍ଥ ଯୋଗାଏ ବୋଲି ରିପୋର୍ଟରେ କୁହାଯାଇଛି । ୨୦୨୨ ମସିହାରେ କାନାଡାର ଫାଇନାନ୍ସିଆଲ୍ ରିପୋର୍ଟିଂ ଏବଂ ଆନାଲିସିସ୍ ସେଣ୍ଟର ଦ୍ୱାରା ଏକ ରିପୋର୍ଟରେ, ହିଜବୋଲ୍ଲାକୁ କାନାଡାରୁ ପାଣ୍ଠି ଗ୍ରହଣ କରୁଥିବା ଦ୍ୱିତୀୟ ସର୍ବାଧିକ ଆନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଭାବରେ ବର୍ଣ୍ଣନା କରାଯାଇଥିଲା।