ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ତିକ୍ତ ସମ୍ପର୍କର ଆଉ ଏକ ସଙ୍କେତ ଦେଖିବାକୁ ମିଳିଛି । ଖାଲିସ୍ତାନ ବିଚ୍ଛିନ୍ନତାବାଦୀ ହରଦୀପ ସିଂ ନିଜାରର ମୃତ୍ୟୁ ପ୍ରମାଣପତ୍ର ଏନଆଇଏ ମାଗିଥିଲେ ମଧ୍ୟ କାନାଡା ଏପର୍ଯ୍ୟନ୍ତ ଦେଉନାହିଁ ଓ ଭାରତକୁ ବିଭିନ୍ନ ପ୍ରକାରର କୈଫିୟତ ମାଗୁଛି ।
ଗତ ବର୍ଷ ଜୁନ୍ ମାସରେ ବ୍ରିଟିଶ କଲମ୍ବିଆ ପ୍ରଦେଶର ଏକ ଗୁରୁଦ୍ୱାର ବାହାରେ ଦୁଇ ଜଣ ଦୁର୍ବୃତ୍ତ ନିଜରଙ୍କୁ ଗୁଳି କରି ହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ଭାରତ ଓ କାନାଡା ମଧ୍ୟରେ ଉତ୍ତେଜନାର କେନ୍ଦ୍ରବିନ୍ଦୁ ପାଲଟିଛି। ସେପ୍ଟେମ୍ବର ୨୦୨୩ରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କାନାଡା ମାଟିରେ ତାଙ୍କ ହତ୍ୟାକାଣ୍ଡରେ ଭାରତୀୟ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ମଧ୍ୟ ଟ୍ରୁଡୋ ଏହି ମାମଲାକୁ ଉଠାଇଛନ୍ତି ।

ମୃତ୍ୟୁ ପ୍ରମାଣପତ୍ର ମାଗିବାର କାରଣ ସ୍ପଷ୍ଟ କରିବାକୁ କାନାଡା ଏନଆଇଏକୁ କହିଛି। ଏ ସମ୍ପର୍କରେ ଜଣେ ଭାରତୀୟ ଅଧିକାରୀ କହିଛନ୍ତି ଯେ ନିଜର ବିରୋଧରେ ବିଚାରାଧୀନ ଅନେକ ମାମଲାରେ ଅଦାଲତର ରେକର୍ଡ ଅପଡେଟ୍ କରିବା ପାଇଁ ଏନଆଇଏ ରୟାଲ କାନାଡିଆନ ମାଉଣ୍ଟେଡ୍ ପୋଲିସ (ଆରସିଏମପି)ଙ୍କ ଠାରୁ ମୃତ୍ୟୁ ପ୍ରମାଣପତ୍ର ମାଗିଥିଲା। ସୂଚନା ଅନୁଯାୟୀ, ପ୍ରାୟ ୬ ମାସ ତଳେ ତା ମୃତ୍ୟୁ ପ୍ରମାଣପତ୍ର ମଗାଯାଇଥିଲା ଏବଂ କିଛି ମାସ ତଳେ କାନାଡା ଏହାର କାରଣ ପଚାରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/10/26/uQ6EulSFTEnqJOyffi0Y.jpeg)