ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ସ୍ମୃତିରେ କାନାଡାର ସଂସଦ ଭବନରେ ନୀରବତା ଅବଲମ୍ବନ କରିବା ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଭାନକୋଭରରେ ଥିବା ଭାରତୀୟ କନସୁଲେଟ ଜେନେରାଲ।
ସେ ଏକ ଏକ୍ସ ପୋଷ୍ଟ୍ରେ ଲେଖିଛନ୍ତି, ‘‘ଆତଙ୍କବାଦ ବିରୋଧରେ ମୁକାବିଲା କରିବାରେ ଭାରତ ଆଗରେ ଛିଡା ହୋଇଛି ଏବଂ ଏହି ବିପଦକୁ ମୁକାବିଲା କରିବା ପାଇଁ ସମସ୍ତ ଦେଶ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି। ଏୟାର ଇଣ୍ଡିଆ ବିମାନ ୧୮୨ (କନିଷ୍କା) ଉପରେ ହୋଇଥିବା ୧୯୮୫ ମସିହା ଆତଙ୍କବାଦୀ ଆକ୍ରମଣର ୩୯ତମ ବାର୍ଷିକୀ ପୂରା ହେବ। ଯେଉଁଥିରେ ୩୨୯ ନିରୀହ ଜୀବନ ଦେଇଥିଲେ। ଯେଉଁମାନଙ୍କ ମଧ୍ୟରେ ୮୬ ଜଣ ଶିଶୁ ଥିଲେ। ଯାହାକି ଥିଲା ବିମାନ ଚଳାଚଳ ଇତିହାସରେ ସବୁଠାରୁ ଭୟଙ୍କର ଆତଙ୍କ।’’
India stands at the forefront of countering the menace of terrorism and works closely with all nations to tackle this global threat. (1/3)
— India in Vancouver (@cgivancouver) June 18, 2024
ଜାଣିରଖନ୍ତୁ ଯେ ‘‘ଜୁନ୍ ୨୩, ୨୦୨୪ ମସିହାରେ ଷ୍ଟାନଲି ପାର୍କର ସେପର୍ଲି ଖେଳ ପଡିଆରେ ଥିବା ଏୟାର ଇଣ୍ଡିଆ ମେମୋରିଆଲରେ ୬.୩୦ସମୟରେ ଏକ ମେମୋରିଆଲ୍ ସେବା ଧାର୍ଯ୍ୟ କରାଯାଇଛି। ଏଠାରେ ଆତତଙ୍କବାଦ ବିରୋଧରେ ଏକତା ପ୍ରଦର୍ଶନ କରି ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଭାରତୀୟମାନଙ୍କୁ ଉତ୍ସାହିତ କରାଯାଇଛି।’’
ଗତ ବର୍ଷ ବ୍ରିଟିଶ କଲମ୍ବିଆର ଏକ ଗୁରୁଦ୍ୱାର ବାହାରେ ଗୁଳିମାଡ଼ରେ ଜୀବନ ହରାଇଥିବା ନିଜାରଙ୍କ ସ୍ମୃତିରେ କାନାଡା ସଂସଦରେ କିଛି ସମୟ ନୀରବତା ଅବଲମ୍ବନ କରାଯିବା ପରେ ଭାରତୀୟ କନସୁଲେଟ୍ ଜେନେରାଲଙ୍କ ଏହି ପୋଷ୍ଟ ଆସିଛି।