ରଙ୍ଗଭେଦ ସଂଘର୍ଷ ପ୍ରସଙ୍ଗରେ କାନାଡ଼ା ପ୍ରଧାନମନ୍ତ୍ରୀ ଚୁପ୍‌

ଟରଣ୍ଟୋ : ଆମେରିକାରେ ଚାଲିଥିବା ରଙ୍ଗଭେଦ ସଂଘର୍ଷ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ ପରେ ପ୍ରଶ୍ନ ପଚାରିବା ସତ୍ତ୍ବେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡେ ଚୁପ୍‌ ରହିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସମ୍ପର୍କରେ କିଛି ବି ପାଟି ଫିଟାଇ ନଥିଲେ। ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତରରେ ସେ କେବଳ କହିଛନ୍ତି, ଆମେରିକାରେ ଚାଲିଥିବା ଅନ୍ୟାୟ ଓ ଆତଙ୍କକୁ ସମସ୍ତେ ଦେଖୁଛନ୍ତି। ସୂଚନାଯୋଗ୍ୟ, ଆମେରିକାରେ ଆଫ୍ରିକୀୟ-ଆମେରିକୀୟ ନାଗରିକ ଜର୍ଜ ଫ୍ଲଏଡଙ୍କୁ ଜଣେ ଗୋରା ପୁଲିସ ଅଫିସର ତଣ୍ଟି ଚିପି ହତ୍ୟା କରିଥିଲେ। ହତ୍ୟା କରିବାର ଭିଡିଓ ଭାଇରାଲ ହେବା ପରେ ଆମେରିକାରେ କଳା-ଗୋରା ସଂଘର୍ଷ ତୀବ୍ର ରୂପ ଧାରଣ କରିଛି । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ନିଆଁରେ ଘିଅ ଢାଳିବା ଯୋଗୁଁ ଆନ୍ଦୋଳନ ଅଧିକ ତୀବ୍ର ହୋଇଥିବା ଅନେକ ମତ ଦେଉଛନ୍ତି । କଳା-ଗୋରା ଆନ୍ଦୋଳନକୁ ଦୃଢ ହସ୍ତରେ ଦମନ କରିବାକୁ ଟ୍ରମ୍ପ୍‌ ଟ୍ବିଟ୍‌ କରିବା ପରେ ସଂଘର୍ଷ ଅଧିକ ଉଗ୍ର ହୋଇଥିଲା।

ସମ୍ବନ୍ଧିତ ଖବର