ଭାରତ ଗସ୍ତରେ କାନାଡ଼ା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରିଡ୍ୟୁ ଆଜି ୭ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଟ୍ରିଡ୍ୟୁଙ୍କ ସହ ତାଙ୍କ ପରିବାର ସଦସ୍ୟ ଏବଂ ୬ ମନ୍ତ୍ରୀ ମଧ୍ୟ ଆସିଛନ୍ତି। ଟ୍ରିଡ୍ୟୁଙ୍କ ଗସ୍ତ ଅବସରରେ ଦୁଇଦେଶ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ନିଯୁକ୍ତି ସୁଯୋଗ ଉପରେ ଗୁରୁତ୍ୱାରୋପ କରାଯିବ ବୋଲି ଜଣାଯାଇଛି। ଭାରତ ଆସିବା ପୂର୍ବରୁ ଟ୍ରିଡ୍ୟୁ ଆଜି ତାଙ୍କ ପତ୍ନୀ ଏବଂ ୪ ସନ୍ତାନଙ୍କ ସହ ଏକ ଫଟୋ ଟ୍ଵିଟ୍‌ କରିଛନ୍ତି। ଏହି ସପ୍ତାହ ବ୍ୟାପୀ ରହଣି କାଳରେ ଟ୍ରିଡ୍ୟୁ ଆଗ୍ରା, ଅହମଦାବାଦ୍‌, ମୁମ୍ବାଇ, ଅମୃତସର ଏବଂ ନୂଆଦିଲ୍ଲୀ ଆଦି ଭ୍ରମଣ କରିବେ। ସୋମବାର ସେ ଗୁଜରାଟର ସାବରମତି ଆଶ୍ରମ ପରିଦର୍ଶନ କରିବେ।

ସମ୍ବନ୍ଧିତ ଖବର