ନୂଆଦିଲ୍ଲୀ: ୭ ଦିନିଆ ଭାରତ ଗସ୍ତରେ ଆସିଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ ଆଜି ପଞ୍ଜାବ୍ରେ ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି। ଟ୍ରୁଡ୍ୟୁଙ୍କ ସହ ତାଙ୍କ ପତ୍ନୀ ଏବଂ ଦୁଇ ସନ୍ତାନ ଆଜି ଭାରତୀୟ ପୋଷାକ ପିନ୍ଧି ସ୍ୱର୍ଣ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପ୍ରାରମ୍ଭରେ ଆଜି ଶ୍ରୀରାମ ଗୁରୁ ଦାସ ଜି ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବାପରେ ଟ୍ରୁଡ୍ୟୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ଆଣିଥିଲେ କେନ୍ଦ୍ର ଆବାସ ଏବଂ ସହର ଉନ୍ନୟନ ରାଜ୍ୟ ମନ୍ତ୍ରୀ ହରଦୀପ ସିଂହ ପୁରି ଏବଂ ପଞ୍ଜାବ ପର୍ଯ୍ୟଟନ ମନ୍ତ୍ରୀ ନବଜୋତ ସିଂହ ସିଧୁ। ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ସହ ୪୦ ମିନିଟ୍ର ସାକ୍ଷାତ ଆଲୋଚନା କରିଛନ୍ତି। ୪୦ ମିନିଟ୍ ଆଲୋଚନା ସମୟରେ ଅମରିନ୍ଦର ସିଂହ ଟ୍ରୁଡ୍ୟୁଙ୍କ ସହ ଖଲିସ୍ତାନ ପ୍ରସଙ୍ଗ ଉଠାଇଥିଲେ। ତେବେ କାନାଡ଼ା ଭାରତରେ କୌଣସି ବିଚ୍ଛିନତାବାଦୀ ଆନ୍ଦୋଳନକୁ ସମର୍ଥନ ଦେଉନାହିଁ ବୋଲି କହି ଟ୍ରୁଡ୍ୟୁ ଅମରିନ୍ଦରଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ଅମୃତସରର ଏକ ଘରୋଇ ହୋଟେଲ୍ରେ ଅମରିନ୍ଦର ଟ୍ରୁଡ୍ୟୁ ଖଲିସ୍ତାନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଆଜିର ଆଲୋଚନା ସମୟରେ ଅମରିନ୍ଦର ଟ୍ରଡ୍ୟୁଙ୍କୁ କାନାଡ଼ାର ୯ଟି ‘ଏ’ ଶ୍ରେଣୀର ସଂଚାଳକଙ୍କ ତାଲିକା ପ୍ରଦାନ କରିଛନ୍ତି ଯେଉଁମାନେ ପଞ୍ଜାବରେ ଘୃଣ୍ୟ ଅପରାଧ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଅର୍ଥ ଯୋଗାଉଛନ୍ତି। ଅନ୍ୟପକ୍ଷରେ ଆତଙ୍କବାଦ, ଅପରାଧ ପ୍ରସଙ୍ଗରେ ଉଭୟ ଭାରତ କାନାଡ଼ା ମିଳିତ ସହଯୋଗରେ କାର୍ଯ୍ୟ କରିବା ଉଚିତ୍ ବୋଲି ଅମରିନ୍ଦର କହିଛନ୍ତି।
ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କଲେ କାନାଡ଼ା ପ୍ରଧାନମନ୍ତ୍ରୀ
ଖଲିସ୍ତାନ ଉଗ୍ରବାଦୀଙ୍କୁ ପ୍ରଶ୍ରୟ ମିଳିବନି
/sambad/media/post_attachments/wp-content/uploads/2018/02/justin-kenG-621x414@LiveMint.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)