ନୂଆଦିଲ୍ଲୀ/ଓଟାୱା: ୨୦୨୧ ନିର୍ବାଚନରେ ଜଷ୍ଟିନ୍‌ ଟ୍ରୁଡୋ ପ୍ରଧାନମନ୍ତ୍ରୀ ଭାବେ ପୁନଃ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନକୁ ପ୍ରଭାବିତ କରିବାକୁ ଭାରତ ଉଦ୍ୟମ କରିଥିଲା ବୋଲି କାନାଡ଼ା ଅଭିଯୋଗ କରିଥିଲା। ନିର୍ବାଚନରେ ହସ୍ତକ୍ଷେପ ନେଇ ତଦନ୍ତ କରୁଥିବା ଯାଞ୍ଚ କମିଟି ଭାରତର ହସ୍ତକ୍ଷେପ ସମ୍ପର୍କରେ କୌଣସି ପ୍ରମାଣ ପାଇପାରିନାହିଁ। ଆଜି କାନାଡ଼ା ଭାରତ ବିରୋଧରେ ଅଭିଯୋଗ ଫେରାଇନେଇଛି। ୨୦୧୯ ଓ ୨୦୨୧ ନିର୍ବାଚନରେ ଟ୍ରୁଡୋଙ୍କ ଲିବର୍ଟି ପାର୍ଟିର ବିଜୟ ହୋଇଥିଲା। ଏହି ନିର୍ବାଚନରେ ବିଦେଶୀ ଶକ୍ତିଙ୍କ ହସ୍ତକ୍ଷେପ ରହିଥିଲା ବୋଲି କାନାଡ଼ାର ବିରୋଧୀ ଦଳ ଅଭିଯୋଗ କରିଥିଲା। ଅଭିଯୋଗ ପରେ ଟ୍ରୁଡୋ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ରୁଷ୍‌, ଚୀନ୍‌, ଇରାନ୍‌, ପାକିସ୍ତାନ ଓ ଭାରତ ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ ବୋଲି ଗତମାସରେ କାନାଡ଼ା ଅଭିଯୋଗ କରିଥିଲା। ଆଜି ଏହି ଅଭିଯୋଗକୁ କାନାଡ଼ା ସଂଶୋଧନ କରିଛି। ୫ଟି ଦେଶ ମଧ୍ୟରୁ ଭାରତ ବିରୋଧରେ କୌଣସି ପ୍ରମାଣ ମିଳିପାରିନଥିବାରୁ ଏହି ତାଲିକାରୁ ଭାରତକୁ ବାଦ୍‌ ଦିଆଯାଇଛି। କାନାଡ଼ାର ମିଛ ଅଭିଯୋଗ ଏବେ ବିଶ୍ବବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।