ନୂଆଦିଲ୍ଲୀ:  ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟା ସହ ଜଡିତ ପ୍ରସଙ୍ଗ । ଏହା ଉପରେ କାନାଡା ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଛି। ନିକଟରେ କାନାଡା ସରକାର ଭାରତୀୟ ହାଇ କମିସନରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଥିଲେ ଯେ, ସେମାନେ ନିଜ୍ଜାର ହତ୍ୟାରେ ସମ୍ପୃକ୍ତ ଅଛନ୍ତି । ଏହାପରେ ଭାରତ ସରକାର ଏହାର ଅଧିକାରୀମାନଙ୍କୁ ସେଠାରୁ ଫେରାଇ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଅକ୍ଟୋବର ୧୯ ସୁଦ୍ଧା ଭାରତ ଛାଡିବାକୁ ୬ ଜଣ କାନାଡୀୟ କୂଟନୀତିଜ୍ଞଙ୍କୁ ଅଲ୍ଟିମେଟମ ମଧ୍ୟ ଦେଇଥିଲେ ।

Advertisment

ତେବେ ଏସବୁ ମଧ୍ୟରେ କାନାଡାର ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି କହିଛନ୍ତି, ତାଙ୍କ ଦେଶ ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛି । ଯଦି ଏହିପରି କିଛି ଘଟେ ତେବେ କେଉଁ ଦେଶ ଅଧିକ କ୍ଷତି ସହିବ । ଯଦି ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତା ଜାରି ରହେ ତେବେ ଏହା ଉଭୟ ଦେଶର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇପାରେ । ବିଶେଷକରି ବ୍ୟବସାୟିକ ପୁଞ୍ଜି ବିନିଯୋଗ ଏବଂ ଆମଦାନୀ-ରପ୍ତାନି କ୍ଷେତ୍ରରେ ହ୍ରାସ ଘଟିବ । ଏହି ପରିସ୍ଥିତିକୁ ଧ୍ୟାନରେ ରଖି ଉଭୟ ଦେଶକୁ ଆର୍ଥିକ ରଣନୀତି ଉପରେ ବିଚାର କରିବାକୁ ପଡ଼ିବ ଏବଂ ସମ୍ଭାବ୍ୟ ବିପଦକୁ ସାମ୍ନା କରିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ ।