ଚର୍ଚ୍ଚାରେ କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ଅବିନ୍ୟସ୍ତ କେଶ

ଅଟୱା(କାନାଡ଼ା): କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁଙ୍କ କେଶବିନ୍ୟାସ ଦେଶବାସୀଙ୍କ ପାଇଁ କେତେବେଳେ ଆକର୍ଷଣ ତ କେତେବେଳେ ପରିହାସ ଓ କେତେବେଳେ ଚାଟୁକାରିତାର ବିଷୟ ବୋଲି ଚର୍ଚ୍ଚା ହୋଇ ଆସିଛି। ମାତ୍ର ବିଗତ ତିନି ମାସର କରୋନାଭୂତାଣୁ ଉପଦ୍ରବ ପରିପ୍ରେକ୍ଷୀରେ ଟ୍ରୁଡ୍ୟୁଙ୍କ ଲମ୍ବିତ କେଶରାଶି ସମ୍ପର୍କରେ ଆଲୋଚନା ହିଁ ଜାତୀୟ କ୍ରୀଡ଼ା ସଦୃଶ ହୋଇଛି। ଆସନ୍ତା ଶୁକ୍ରବାର ରାଜଧାନୀ ସହର ଅଟୱାରେ ଚୁଟିକଟା ସେଲୁନ୍ ସବୁ କାର୍ଯ୍ୟକ୍ଷମ ହେବ ବୋଲି ଜଣାଯାଇଛି। ତେବେ ଟ୍ରୁଡ୍ୟୁ ସେତେବେଳେ ରାଜଧାନୀର ସେଲୁନ୍‌ରେ ବସି ତାଙ୍କ ଅବିନ୍ୟସ୍ତ କେଶରାଶିର ବିନ୍ୟାସ କରି ପୂର୍ବ ଆକର୍ଷଣ ଫେରାଇ ଆଣିବେ କି ତଥାପି ଲକ୍‌ଡାଉନ୍‌ରେ କାଳ କାଟୁଥିବା ଦେଶର କିଛି ନାଗରିକଙ୍କ ପରି ନିଜ ସମୟ ବିତାଇବେ ତାହା ହିଁ ଚର୍ଚ୍ଚାର ବିଷୟ ହୋଇଛିା

ସୂଚନା ଥାଉ କି, ଏଇ ତିନି ମାସ ଭିତରେ କୋଭିଡ୍ ସଂକ୍ରମଣ ସହ ତାଳ ଦେଇ ଟ୍ରୁଡ୍ୟୁଙ୍କ ସୁଦୃଶ୍ୟ କେଶରାଶି ସାଙ୍ଗକୁ ନିଶଦାଡ଼ି ମଧ୍ୟ ଅଣାୟତ୍ତ ହୋଇ ବଡ଼ିଚାଲିଛିା ଦିନ ପରେ ଦିନ ସେ ଟେଲିଭିଜନରେ ସାକ୍ଷାତକାର ଦେଲାବେଳେ ମୁହଁ ଉପରକୁ ଧସେଇ ପଶି ଆସୁଥିବା ଅଲରା କେଶରାଶିକୁ ବାରମ୍ବାର ହାତରେ ସାଉଁଳି ନେବା ହିଁ ଦେଶବାସୀଙ୍କର ଦୃଷ୍ଟି ଆକର୍ଷଣ କରିଆସିଛିା ଏହାକୁ ନେଇ ମଧ୍ୟ ରୋଚକ ଚର୍ଚ୍ଚା ଆରମ୍ଭ ହୋଇଯାଇଛିା କେହି କେହି ଏହାକୁ ହକି ଖେଳୁଆଡ଼ ଦାଢ଼ିର ମହାମାରୀ ସଂସ୍କରଣ ବୋଲି କହୁଥିବା ବେଳେ ମାସ ମାସ ଧରି ଘରେ ବନ୍ଦ ଥିବା ଯୋଗୁଁ ଦେଶର ଦୁଶ୍ଚିନ୍ତାକୁ ଏପରି ସେ ରୂପରେଖ ଦେଇଛନ୍ତି କି ବୋଲି କେହି କେହି ପ୍ରଶ୍ନ କରିଛନ୍ତିା ବିଭିନ୍ନ ଖବରକାଗଜର ସମ୍ପାଦକଙ୍କୁ ପତ୍ର ଆଲେଖ୍ୟରେ ଟ୍ରୁଡ୍ୟୁଙ୍କ ଅଲରା କେଶ ସମ୍ପର୍କିତ ଅନେକ କାହାଣୀ ସ୍ଥାନ ପାଇବା ସହ ସେ ସମ୍ପର୍କରେ ମଧ୍ୟ ବିଭିନ୍ନ ସ୍ବତନ୍ତ୍ର ସ୍ତମ୍ଭମାନ ପ୍ରକାଶିତ ହୋଇଛିା ଏପରିକି ତାଙ୍କ ତରଙ୍ଗାୟିତ କେଶର ତାଳେ ତାଳେ ମନଛୁଆଁ ସଂଗୀତ ବାଦନର ଦୃଶ୍ୟାବଳି ମଧ୍ୟ ୟୁଟ୍ୟୁବ୍‌ରେ ବେଶ ଲୋକପ୍ରିୟ ହୋଇପାରିଛିା ସେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରନ୍ତି, ମାତ୍ର ସାଧାରଣ ଜନତା ପରି ନୀତିନିୟମକୁ ମାନି ସେ ତିନି ମାସ ହେଲା ସେଲୁନ୍ ଯାଇ ଚୁଟି କାଟିବା କି ନିଶଦାଢ଼ି ସଜାଡି଼ବାକୁ ପସନ୍ଦ କରିନାହାନ୍ତିା ଅବଶ୍ୟ ନିଜର ସ୍ବତନ୍ତ୍ର ଭାବମୂର୍ତ୍ତ ତିଆରି କରିବାରେ ମାହିର ଥିବା ଟ୍ରୁଡ୍ୟୁଙ୍କର ଏପରି ନବକଳେବର ପଛରେ କିଛି ଗୂଢ଼ ରହସ୍ୟ ନିହିତ ଥିବା ଅନେକ ବିଶ୍ବାସ କରୁଛନ୍ତିା ଏହା ତାଙ୍କ ବ୍ୟକ୍ତିତ୍ବକୁ ଆହୁରି ବହୁଗୁଣିତ କରୁଛି ବୋଲି କେହି କେହି ଭାବୁଛନ୍ତିା

ସମ୍ବନ୍ଧିତ ଖବର