ପାରାସୁଟ୍‌ ନ ଖୋଲିବାରୁ ତାଞ୍ଜାନିଆର ମାଉଣ୍ଟ୍‌ କିଲିମାଞ୍ଜାରୋରେ ପଡ଼ି କାନଡୀୟ ପର୍ଯ୍ୟଟକ ମୃତ

ଦାର୍‌ ଏସ୍‌ ସଲାମ: ପୂର୍ବ ଆଫ୍ରିକାର ଅନ୍ୟତମ ଜନପ୍ରିୟ ପର୍ଯ୍ୟଟନସ୍ଥଳୀ ତାଞ୍ଜାନିଆସ୍ଥିତ କିଲିମାଞ୍ଜାରୋ ଶୃଙ୍ଗରେ ପାରାସୁଟ୍‌ ଅବତରଣ ଦୁର୍ଘଟଣା ଯୋଗୁଁ ଜଣେ କାନଡୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ତାଞ୍ଜାନିଆ ନ୍ୟାସ୍‌ନାଲ୍‌ ପାର୍କସ୍‌ର ଜଣେ ଅଧିକାରୀ ରବିବାର ଦିନ କହିଛନ୍ତି।

ତାଙ୍କର ପାରାସୁଟ୍‌ଟି ନ ଖୋଲିବାରୁ ପଡ଼ି ଯାଇ ମୃତ୍ୟୁ ବରଣ କରିଥିବା କଥା ରାଷ୍ଟ୍ରାୟତ ତାଞ୍ଜାନିଆ ନ୍ୟାସ୍‌ନାଲ୍‌ ପାର୍କସ୍‌ର ବରିଷ୍ଠ ସହକାରୀ ସଂରକ୍ଷଣ କମିସନର୍‌ ପାସ୍ଚାଲ୍‌ ଶେଲୁଟେଟେ କହିଛନ୍ତି।

ସମୁଦ୍ର ପତ୍ତନ ଠାରୁ ୨୦, ୦୦୦ ଫୁଟ୍‌ ଉଚ୍ଚରେ ଅବସ୍ଥିତ ମାଉଣ୍ଟ୍‌ କିଲିମାଞ୍ଜାରୋ ହେଉଛି ଆଫ୍ରିକାର ସର୍ବୋଚ୍ଚ ପର୍ବତ ଶୃଙ୍ଗ।

ମୃତ ୫୧ ବର୍ଷିୟ ବ୍ୟକ୍ତିଙ୍କ ନାମ ଜଷ୍ଟିନ୍‌ କାଇଲୋ ବୋଲି ଶେଲୁଟେଟେ କହିଛନ୍ତି। ତାଙ୍କ ପରିବାର ସଦସ୍ୟ ଏବଂ କାନଡୀୟ ହାଇକମିସନ୍‌ଙ୍କୁ ତାଙ୍କ ମୃତ୍ୟୁ ଖବର ଜଣାଇ ଦିଆଯାଇଛି।

Image Source: NDTV

ସେ କହିଛନ୍ତି: ପାରାସୁଟ୍‌ ନ ଖୋଲିବା କାରଣରୁ ଶନିବାର ସକାଳ ପ୍ରାୟ ୯ଟା ବେଳେ ଦୁର୍ଘଟଣା ଘଟିଲା। ସେପ୍ଟେମ୍ବର ୨୦ ତାରିଖ ଦିନ ସେ ପର୍ବତ ଆରୋହଣ କରିଥିଲେ ଏବଂ ସେଠାରୁ ପାରାସୁଟ୍‌ ଯୋଗେ ଅବତରଣ କରିବାକୁ ଉଦ୍ୟମ କରିଥିଲେ।

କିଲିମାଞ୍ଜାରୋ ଶୃଙ୍ଗରୁ ପରାସୁଟ୍‌ ଯୋଗେ ଅବତରଣ କରିବା ଗୋଟାଏ ଜନପ୍ରିୟ କାର୍ଯ୍ୟକ୍ରମ। ଏଥିରେ ପର୍ଯ୍ୟଟକମାନେ କେବେ କେବେ ବନ୍ୟଜନ୍ତୁ ସଫାରି ମଧ୍ୟରେ ବି ପଡ଼ିଯାଆନ୍ତି, କିନ୍ତୁ ଏ ଭଳି ଘଟଣା କ୍ୱଚିତ୍‌ ଘଟେ।

ବାର୍ଷିକ ପ୍ରାୟ ୫୦, ୦୦୦ ପର୍ଯ୍ୟକଟ କିଲିମାଞ୍ଜାରୋ ଆରୋହଣ କରନ୍ତି।

ତାଞ୍ଜାନିଆର ପ୍ରମୁଖ ରାଜସ୍ୱ ଉତ୍ସ ହେଉଛି ପର୍ଯ୍ୟଟନ। ଏଥିରୁ ତାଞ୍ଜାନିଆକୁ ବର୍ଷକୁ ପ୍ରାୟ ୨. ୫ ବିଲିୟନ୍‌ ଡଲାର୍‌ ମିଳିଥାଏ।

ସମ୍ବନ୍ଧିତ ଖବର