ରିଲାଏନ୍ସ ଇନ୍‌ଫ୍ରାକୁ ବଡ଼ ଝଟକା : ନେସ୍‌କୋ, ଓ୍ଵସ୍‌କୋ, ସାଇଥ୍‌କୋ ଲାଇସେନ୍ସ ପ୍ରତ୍ୟାହାର ମାମଲା ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ରିଲାଏନ୍ସ ଇନ୍‌ଫ୍ରା ଦ୍ୱାରା ପରିଚାଳିତ ୩ଟି ବିୁଦ୍ୟତ୍‌ ବିତରଣ କମ୍ପାନି ନେସ୍‌କୋ,  ଓ୍ଵସ୍‌କୋ ଓ ସାଉଥ୍‌କୋର ଲାଇସେନ୍ସ ପ୍ରତ୍ୟାହାର ମାମଲାରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆର୍‌ସି)ର ରାୟକୁ ବିଦ୍ୟୁତ୍‌ ଆପିଲେଟ୍‌ ଟ୍ରିବ୍ୟୁନାଲରେ କାଏମ ରଖାଯିବା ବିରୋଧରେ କମ୍ପାନି ତ୍ରୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏମାନଙ୍କର ଆବେଦନକୁ ବିଚାର ଲାଗି ଗ୍ରହଣ କରିଲେ ନାହିଁ ସୁପ୍ରିକୋର୍ଟ। ବିଚାରପତି ରୋହିନ୍‌ଟନ୍‌ ନରିମନ୍‌ ଓ ବିଚାରପତି ନବୀନ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାକୁ  ଖାରଜ କରିଦେଇଛନ୍ତି। ଫଳରେ ରିଲାଏନ୍ସ ଇନ୍‌ଫ୍ରାକୁ ବଡ଼ ଝଟକା ଲାଗିଛି।

୨୦୧୫ ମାର୍ଚ ୪ରେ ଓଇଆରସି ରିଲାଏନ୍ସ ଇନ୍‌ଫ୍ରା ଦ୍ୱାରା ପରିଚାଳିତ ୩ଟି କମ୍ପାନିର ଲାଇସେନ୍ସ ପ୍ରତ୍ୟାହାର କରିନେଇ ତା’ ସ୍ଥାନରେ ଗ୍ରିଡ୍‌କୋ ସିଏମ୍‌ଡିଙ୍କୁ ୩ଟି କମ୍ପାନିର ପ୍ରଶାସକ ରୂପେ ନିଯୁକ୍ତ କରିଥିଲେ। ବିଦ୍ୟୁତ୍‌ ଆଇନର ଧାରା ୧୯ ଅନୁଯାୟୀ ୩ଟି କମ୍ପାନିର ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ଦର୍ଶାଇ ସେମାନଙ୍କ ଲାଇସେନ୍ସକୁ ପ୍ରତ୍ୟାହାର କରି ନିଆଯାଇଥିଲା। ଓଇଆର୍‌ସିର ଆଦେଶକୁ ଚାଲେଞ୍ଜ କରି ୩ ବିଦ୍ୟୁତ ବିତରଣ ସଂସ୍ଥା ଆପିଲେଟ ଟ୍ରିବ୍ୟୁନାଲ ଫର୍‌ ଇଲେକ୍ଟି୍ରସିଟିରେ ରହିତାଦେଶ ଜାରି କରିବା ଏବଂ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଆବେଦନ କରିଥିଲେ। ହେଲେ ଟ୍ରିବ୍ୟୁନାଲ ମାମଲାର ଶୁଣାଣି କରି ଗତ ଅଗଷ୍ଟ ୨୧ରେ ଚୂଡ଼ାନ୍ତ ରାୟରେ ଓଇଆର୍‌ସି ଆଦେଶକୁ କାଏମ୍‌ ରଖିଥିଲେ।

ସମ୍ବନ୍ଧିତ ଖବର