ବେଙ୍ଗାଲୁରୁ: ଫାଷ୍ଟଫୁଡ୍ ଯୁଗରେ ସମସ୍ତେ ବାହାର ଜିନିଷ ଖାଇବାକୁ ପସନ୍ଦ କରୁଛନ୍ତି।  ବିଶେଷକରି କେକ୍ ଏବଂ ପେଷ୍ଟ୍ରି ଲୋକଙ୍କର ପ୍ରିୟ  ପଲେଟିଛି। ପିଲାମାନେ ବହୁତ ଉତ୍ସାହର ସହିତ କେକ୍  ଖାଇଆନ୍ତି । କିନ୍ତୁ ଏହି କେକ୍ କର୍କଟ ରୋଗ ସୃଷ୍ଟି କରିବା ନେଇ ଏବେ ଏକ ବିବାଦ ସୃଷ୍ଟି ହୋଇଛି।  କର୍ଣ୍ଣାଟକରୁ ଏଭଳି ଏକ ଖବର ଆସିଛି।

Advertisment

କର୍ଣ୍ଣାଟକର ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଏନେଇ ୧୨ଟି  କେକ୍  ନମୁନାରେ କର୍କଟ ସୃଷ୍ଟି ହେଉଥିବା ସାମଗ୍ରୀ ରହିଥିବା କହିଛନ୍ତି। 

କର୍ଣ୍ଣାଟକର ରାଜ୍ୟ ଖାଦ୍ୟ ସୁରକ୍ଷା ଏବଂ ଗୁଣବତ୍ତା ବିଭାଗ ସ୍ଥାନୀୟ ବେକେରୀ ପାଇଁ କଡ଼ା ଚେତାବନୀ ଦେଇଛି। କେକ୍ ତିଆରିରେ କୃତ୍ରିମ ରଙ୍ଗଗୁଡିକ ବହୁ ପରିମାଣରେ ବ୍ୟବହୃତ ହେଉଛି। ସ୍ୱାସ୍ଥ୍ୟ ଅଧିକାରୀମାନେ ସେମାନଙ୍କ ଅନୁସନ୍ଧାନରେ ଜାଣିବାକୁ ପାଇଛନ୍ତି ୨୩୫ କେକ୍ ନମୁନା ମଧ୍ୟରୁ କେବଳ ୨୨୩ କେକ୍ ଖାଇବା ଯୋଗ୍ୟ। ୧୨ ଟି କେକ୍ ନମୁନାରେ, ଆଲୁରା ରେଡ୍, ସନସେଟ୍ ୟୋଲେ, ଏଫଡିସିଏଫ, ପେସେଉ- ୪ଆର ଏବଂ କାର୍ମୋଇସିନ୍ ପରି କୃତ୍ରିମ ରଙ୍ଗ ବ୍ୟବହାର କରାଯାଇଥିବା ଜଣାପଡ଼ିଥିଲା।

ବିଶେଷକରି ରେଡ୍ ଭେଲଭେଟ ଏବଂ ବ୍ଲାକ୍ ଫରେଷ୍ଟ କେକ୍‌ରେ ସେଗୁଡିକ ବହୁଳ ଭାବରେ ବ୍ୟବହୃତ ହେଉଛି।  ଏହା ଯୋଗୁ କର୍କଟ ରୋଗ ସୃଷ୍ଟି ହେବାର  ଆଶଙ୍କା ରହିଛି।

ଖାଦ୍ୟ ସୁରକ୍ଷା କମିଶନର ଶ୍ରୀନିବାସ କେକ୍‌ରେ କୃତ୍ରିମ ରଙ୍ଗ ଏବଂ କ୍ଷତିକାରକ ରାସାୟନିକ ପଦାର୍ଥ ନ ମିଶାଇବାକୁ ବେକେରୀ ପରିଚାଳନାକୁ ଚେତାବନୀ ଦେଇଛନ୍ତି। ଫାସାଇ ନିର୍ଦ୍ଦେଶାବଳୀ ଅନୁଯାୟୀ, ଅଧିକାଂଶ ୧ କିଲୋଗ୍ରାମ କେକ୍‌ରେ କେବଳ ୧୦୦ ମିଲିଗ୍ରାମ ଖାଦ୍ୟ ରଙ୍ଗ ରହିବା ଉଚିତ୍।  

ବିଶେଷକରି ଆଲୁରା ରେଡ୍, ସନସେଟ୍ ୟୋଲେ, ଏଫଡିସିଏଫ, ପେସେଉ- ୪ଆର ଏବଂ କାର୍ମୋଇସିନ୍ ପରି କୃତ୍ରିମ ରଙ୍ଗ  ୧୦୦ ମିଲିଗ୍ରାମରୁ ଅଧିକ ବ୍ୟବହାର କରାଯିବା ଉଚିତ୍ ନୁହେଁ ।

ଏହା ପୂର୍ବରୁ ମଧ୍ୟ କର୍ଣ୍ଣାଟକରେ ଗୋବି ମଞ୍ଚୁରିଆନ୍, କଟନ୍ କ୍ୟାଣ୍ଡି ଏବଂ କବାବ୍ ଉପରେ ନିଷେଧାଦେଶ  ଜାରି କରାଯାଇଛି। ଏହି ଜିନିଷଗୁଡ଼ିକରେ ରୋଡାମାଇନ୍ ବି ମିଶ୍ରଣ କରାଯାଉଥିବା ବିଷୟରେ ଅଭିଯୋଗ ଆସିଥିଲା।

ଖାଦ୍ୟ ସୁରକ୍ଷା ବିଭାଗ ଏହି ପ୍ରତିବନ୍ଧକକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ ୭ ବର୍ଷ କାରାଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ବ୍ୟବସ୍ଥା କରିଛି।

ଏହି ବିଷୟରେ ପୋଷ୍ଟ ସେୟାର କରିବାବେଳେ କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଏକ୍ସ ପ୍ଲାଟଫର୍ମରେ ଲେଖିଥିଲେ ଯେ କୃତ୍ରିମ ଉପାଦାନ ଥିବା ଜିନିଷ ଖାଇବା ଦ୍ବାରା  କର୍କଟ ରୋଗ ହେବାର ଆଶଙ୍କା ରହିଛି। ତେଣୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ ଯେ କ୍ୟାଣ୍ଡି , ମୃଦୁ ପାନୀୟ ଏବଂ ବେକଡ୍ ସାମଗ୍ରୀରେ କୃତ୍ରିମ ରଙ୍ଗ ବହୁଳ ଭାବରେ ବ୍ୟବହୃତ ହୋଇଥାଏ। ଏଥିରୁ କାର୍ସିନୋଜେନିକ୍ ଉପାଦନ ମିଳିଥାଏ। ଯେଉଁ କାରଣରୁ କର୍କଟ ରୋଗ ହେବାର ଆଶଙ୍କା ବହୁ ପରିମାଣରେ ବଢ଼ିଥାଏ।  ତଥାପି, ଏହା ପ୍ରକୃତରେ କର୍କଟ ରୋଗ ସୃଷ୍ଟି କରେ କି ନାହିଁ? ଏହା ଉପରେ ଅନୁସନ୍ଧାନ ଜାରି ରହିଛି। ଅନେକ ଅଧ୍ୟୟନରେ ଏହା ନିଶ୍ଚିତ ହୋଇଛି।