କର୍କଟ ମୁକାବିଲା ପାଇଁ ଭାଙ୍ଗରୁ ଔଷଧ ପ୍ରସ୍ତୁତ ହେବ

ନୂଆଦିଲ୍ଲୀ: କର୍କଟ ରୋଗ ଏବେ ଭାରତରେ ଦ୍ରୁତ ଗତିରେ ବଢ଼ିଚାଲିଛି। ଏହାର ନିରାକରଣ ପାଇଁ ବିଭିନ୍ନ ଗବେଷଣା ଓ ଅଧ୍ୟୟନ ହେଉଛି। ତେବେ କର୍କଟ ରୋଗ ଯନ୍ତ୍ରଣା କମାଇବା ପାଇଁ ଏବେ ଭାରତୀୟ ବୈଜ୍ଞାନିକମାନେ ଭାଙ୍ଗରୁ ଔଷଧ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଭାଙ୍ଗ ଏକ ନିଶାଦ୍ରବ୍ୟ ଏବଂ ଏହା ମଧ୍ୟ ଅନେକଙ୍କ ନିଶାରେ ପରିଣତ ହୋଇଯାଏ। କିନ୍ତୁ ଏହି ଭାଙ୍ଗକୁ ବ୍ୟବହାର କରି ବିଶେଷଜ୍ଞମାନେ ଏବେ କର୍କଟ ଯନ୍ତ୍ରଣା କମାଇବା ପାଇଁ ଏକ ଔଷଧ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ବର୍ତ୍ତମାନ ଯେଉଁ ଚିକିତ୍ସା ପଦ୍ଧତି ରହିଛି ତା’ଠାରୁ ଏହି ନୂଆ ଔଷଧ ଅଧିକ ଉପଯୋଗୀ ହୋଇପାରିବ।

ସମ୍ବନ୍ଧିତ ଖବର