ସେନା ପାଇଲଟ୍‌ଙ୍କଠାରେ କ୍ୟାନସର ହାର ଅଧିକ: ୟୁଏସ୍ ଅନୁଧ୍ୟାନ

ୱାସିଂଟନ: ପେଣ୍ଟାଗନ ଦ୍ବାରା କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ସେନା ପାଇଲଟ୍ ଏବଂ ବିମାନଘାଟିରେ ଇନ୍ଧନ ଭରୁଥିବା, ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣ କରୁଥିବା ଓ ବିମାନ ଲଞ୍ଚ କରାଉଥିବା କର୍ମଚାରୀମାନେ କ୍ୟାନସର ରୋଗରେ ଅଧିକ ପୀଡ଼ିତ ହୋଇଥାନ୍ତି। ସେନା ବୈମାନିକ ଏବଂ ବିମାନଘାଟି କର୍ମଚାରୀମାନେ ସାଧାରଣ ଆମେରିକା ନାଗରିକଙ୍କ ତୁଳନାରେ ଅଧିକ ସଂଖ୍ୟାରେ କ୍ୟାନସରରେ ପୀଡ଼ିତ ହୋଇଥାନ୍ତି। ବାୟୁସେନାରେ କାମ କରୁଥିବା କର୍ମଚାରୀଙ୍କ ଉପରେ ବର୍ଷାଧିକ କାଳ ଅନୁଧ୍ୟାନ କଲା ପରେ ଏହି ତଥ୍ୟ ପଦାକୁ ଆସିଛି।

ଏଥିରୁ ଜଣାପଡ଼ିଛି ଯେ ବିମାନ କର୍ମଚାରୀମାନେ ମେଲେନୋମା (ଏକ ପ୍ରକାର ଚର୍ମକର୍କଟ) ରୋଗରେ ୮୭% ଏବଂ ଥାଇରଏଡ୍ କର୍କଟରେ ୩୯% ଅଧିକ ପୀଡ଼ିତ ହୋଇଥାନ୍ତି। ପୁରୁଷମାନଙ୍କର ପ୍ରୋଷ୍ଟେଟ୍ କ୍ୟାନସରରେ ପୀଡ଼ିତ ହେବା ହାର ୧୬% ଅଧିକ ଏବଂ ମହିଳାମାନଙ୍କ ସ୍ତନକର୍କଟରେ ପୀଡ଼ିତ ହେବା ହାର ୧୬% ଅଧିକ। ମୋଟ ଉପରେ ସେନା ବିମାନ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାର କର୍କଟ ରୋଗରେ ପୀଡ଼ିତ ହେବା ହାର ୨୪ ପ୍ରତିଶତ ଅଧିକ।

ସମ୍ବନ୍ଧିତ ଖବର