ମୁସାରଫଙ୍କ ଜାତୀୟ ପରିଚୟପତ୍ର ରଦ୍ଦ ହେଲା

ଇସଲାମାବାଦ୍‌: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପର୍‌ଭେଜ ମୁସାରଫ୍‌ଙ୍କ ଜାତୀୟ ପରିଚୟ ପତ୍ର ରଦ୍ଦ ହୋଇଛି। ମୁସାରଫ୍‌ଙ୍କ ବିରୋଧରେ ୨୦୧୪ରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ମୁସାରଫ୍‌ ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର ହେବାରେ ବିଫଳ ହେବାରୁ କୋର୍ଟ ପାକିସ୍ତାନ ସରକାରଙ୍କୁ ଏପରି ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁସାରଫ୍‌ଙ୍କ ପରିଚୟ ପତ୍ର ଏବଂ ପାସପୋର୍ଟ ରଦ୍ଦ ହୋଇଛି।

ସମ୍ବନ୍ଧିତ ଖବର