ପାଟଣା: ବିହାରରେ ଅକ୍ଟୋବର ୨୮ରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ | ଏ ନେଇ ସବୁ ଦଳ ପ୍ରଚାର କାମ ଆରମ୍ଭ କରିଛନ୍ତି | କିଏ ଘୋଡା ଗାଡିରେ ତ କିଏ କାରରେ ବସି ପ୍ରଚାର କରୁଛି | କିନ୍ତୁ ଗୟାରୁ ପ୍ରାର୍ଥୀ ହୋଇଥିବା ମହମ୍ମଦ ପରବେଜ ମନସୁରୀ ନିର୍ବାଚନୀ ପ୍ରଚାର ପାଇଁ ମଇଁଷି ଉପରେ ବସିବା ଘଟଣାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି | ଏହା ସହ ପଶୁମାନଙ୍କ ପ୍ରତି ନିଷ୍ଠୁରତା ରୋକିବା ଧାରା ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି |
/sambad/media/post_attachments/7971ebf9f02d9702f16125dd6ebe5cf2a6475185e96685d6427b87c338a97ea7.jpg)
ସୂଚନା ମୁତାବକ, ରାଷ୍ଟ୍ରୀୟ ଉଲେମା କାଉନସିଲ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଥିବା ମହମ୍ମଦ ଆଜି ମଇଁଷି ଉପରେ ବସି ପ୍ରଚାର କରିଥିଲେ | କିନ୍ତୁ ଗାନ୍ଧୀ ମୈଦାନରୁ ପ୍ରଚାର ଆରମ୍ଭ କରି ସ୍ୱରାଜପୁରୀ ରୋଡ଼ରେ ପହଞ୍ଚିବା ପରେ ପୁଲିସ ତାଙ୍କୁ ଗିରଫ କରି ଆଇପିସି ଧାରା ୨୬୯ ଓ ଧାରା ୨୭୦ ଅନୁଯାୟୀ ମାମଲା ରୁଜୁ କରିଥିଲା | ଗିରଫ ପରେ ତାଙ୍କୁ ଜାମିନ ମିଳି ଯାଇଥିବା ଜଣା ପଡିଛି |