ଶାହଜହାଁପୁର: ଉତ୍ତରପ୍ରଦେଶର ଶାହଜହାଁପୁରରେ ଲୋକସଭା ନିର୍ବାଚନକୁ ନେଇ ପ୍ରଚାର ଅଭିଯାନ ଚାଲିଥିବା ବେଳେ ଏପ୍ରିଲ ୮ ତାରିଖରେ ଜଣେ ପ୍ରାର୍ଥୀଙ୍କୁ ବ୍ୟାଣ୍ଡବାଜା ଓ ବରଯାତ୍ରୀ ସହିତ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯିବା ମହଙ୍ଗା ପଡ଼ିଛି। ବର ବନିଥିବା ପ୍ରାର୍ଥୀ ଉପରେ ଆଚରଣ ବିଧି ଉଲଙ୍ଘନ କରିବା ନେଇ ସେକ୍ଟର ମାଜିଷ୍ଟ୍ରେଟ କୋତବାଲିରେ ମାମଲା ରୁଜୁ କରିଛନ୍ତି।

Advertisment

publive-image oneindia

ଏହି ପ୍ରାର୍ଥୀଙ୍କ ନାମ ବୈଧରାଜ କିସନ୍‌। ସେ ସଯୁକ୍ତ ବିକାଶ ପାର୍ଟିର ଟିକେଟରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପାଇଁ ଏପ୍ରିଲ ୮ ତାରିଖରେ ବ୍ୟାଣ୍ଡବାଜା ଓ ବରଯାତ୍ରୀ ସହିତ ଜିଲ୍ଲା କଲେକ୍‌ଟରେଟ ଯାଉଥିଲେ। ତାଙ୍କ ସହିତ କିଛି ବରଯାତ୍ରୀ ବି ଥିବା ଦେଖିବାକୁ ମିଳିଥିଲା। ଏଭଳି ଶୈଳୀରେ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ସେ କୌଣସି ଅନୁମତି ନେଇ ନଥିଲେ। ତେଣୁ ଜିଲ୍ଲାପାଳ ପ୍ରଥମେ ତାଙ୍କ ବରଯାତ୍ରୀଙ୍କୁ ରାସ୍ତାରେ ଅଟକାଇ ଦେଇଥିଲେ। ତା’ପରେ ସେ ପାଦରେ ଚାଲିଚାଲି ପ୍ରାର୍ଥୀପତ୍ର ଦାଖଲ ପାଇଁ ପହଞ୍ଚିଥିଲେ। ତେବେ ଆଚରଣ ବିଧି ଉଲଙ୍ଘନ ଓ ଧାରା ୧୪୪ ଲାଗୁ ହେବା ପରେ ବି ବୈଧରାଜ କିସନ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଅନୁମତି ନେଇ ଏଭଳି କରିଥିବା ହେତୁ ମାମଲା ରୁଜୁ ହୋଇଛି। ସେ ଏଯାବତ୍‌ ୧୮ଥର ନିର୍ବାଚନ ଲଢ଼ି ସାରିଥିବା ଜଣାପଡ଼ିଛି।