ଲଖନଉ: ଷ୍ଟ୍ରଙ୍ଗ ରୁମ ବାହାରେ ଦୂରବୀକ୍ଷଣ ଯନ୍ତ୍ର ଧରି ବସିଛନ୍ତି ପୂର୍ବତନ ବିଧାୟକ | କାଳେ ଷ୍ଟ୍ରଙ୍ଗ ରୁମରେ କୌଣସି ଅସୁବିଧା ବା ହେରଫେର ହେବ ସେଥିପାଇଁ ନିଜ କର୍ମୀଙ୍କ ସହ ବାଇନାକୁଲାର ଧରି ବସିରହିଛନ୍ତି ପୂର୍ବତନ ବିଧାୟକ ତଥା ଏଥର ବିଧାନସଭା ନିର୍ବାଚନ ଲଢ଼ୁଥିବା ଯୋଗେଶ ବର୍ମା | ସମାଜବାଦୀ ପାର୍ଟିର ହସ୍ତିନାପୁର ଆସନରୁ ପ୍ରାର୍ଥୀ ହୋଇଥିବା ଯୋଗେଶ କୃଷକ ନେତା ରାକେଶ ଟିକାୟତଙ୍କ ପରାମର୍ଶ ପରେ ନିଜ ସମର୍ଥକମାନଙ୍କ ସହ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଉପରେ ନଜର ରଖିବା ଆରମ୍ଭ କରିଛନ୍ତି।

Advertisment

ଏହାକୁ ନେଇ ସେ କହିଛନ୍ତି ଯେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ନିର୍ଦ୍ଦେଶରେ ଆମେ ଇଭିଏମ୍ ମେସିନ୍ ଉପରେ ନଜର ରଖିବାକୁ ଆସିଛୁ। ଉତ୍ତରପ୍ରଦେଶର ହସ୍ତିନାପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଯିଏ ଜିତିଥାଏ, ତାଙ୍କ ସରକାର ଗଠନ ହୋଇଥାଏ | ତେଣୁ ଇଭିଏମ୍ ମେସିନ୍ ଉପରେ ନଜର ରଖିବା ଆମର ଦାୟିତ୍ୱ ରହିଛି |

ସେ କହିଛନ୍ତି ଯେ ଇଭିଏମ୍ ଉପରେ ନଜର ରଖିବା ପାଇଁ କର୍ମୀମାନେ ୮ ଘଣ୍ଟିଆ ସିଫ୍ଟରେ କାମ କରୁଛନ୍ତି | ସୂଚନା ଥାଉ କି ଯେ କିଛି ଦିନ ତଳେ ଭାରତୀୟ କିସାନ ୟୁନିୟନ ନେତା ରାକେଶ ଟିକାୟତ ଭୋଟ ଗଣତି ସମୟରେ ବିଶୃଙ୍ଖଳା ହେବାର ଆଶଙ୍କା କରିଥିଲେ । ଦୁଇ ଦିନ ଛୁଟି ନେଇ ଷ୍ଟ୍ରଙ୍ଗ ରୁମ ଉପରେ ନଜର ରଖିବାକୁ ସେ ଚାଷୀଙ୍କୁ ଆହ୍ୱାନ ଦେଇଥିଲେ |