ଝାଡଖଣ୍ଡ ସରକାର ଆଣିବେ ନୂଆ ନିୟମ: ଏଣିକି ସରକାରୀ ଚାକିରି ପାଇଁ ଆବେଦନ ପୂର୍ବରୁ ଦେବାକୁ ହେବ ଏହି ସତ୍ୟାପାଠ

ପାଟନା : ଝାଡଖଣ୍ଡ ସରକାର ସରକାରୀ ଚାକିରି ପାଇଁ ଆଶାୟୀ ଥିବା ଯୁବକ ଯୁବତୀମାନଙ୍କ ପାଇଁ ଆଣିଛନ୍ତି ଏକ ରୋଚକ ଆଇନ । ଝାଡଖଣ୍ଡ ସରକାର କହିଛନ୍ତି କି ଯେଉଁ ପ୍ରାର୍ଥୀମାନେ ସରକାରୀ ଚାକିରି ପାଇଁ ଆଶାୟୀ ଅଛନ୍ତି ସେମାନେ ଆବଦନ କରିବା ସମୟରେ ସମସ୍ତ ଦସ୍ତାବିଜ୍ ସହ ଏକ ସତ୍ୟପାଠ ଦାଖଲ କରିବାକୁ ପଡିବ । ଯେଉଁ ସତ୍ୟପାଠରେ ଲେଖାଥିବ କି ସେମାନେ ଆଗରୁ କେବେ ତମାଖୁ ସେବନ କରୁ ନଥିଲେ ଓ ଚାକିରି କରିବା ପରେ କେବେ ବି ତମାଖୁ ସେବନ କରିବେ ନାହିଁ ।

ଗତ ମଙ୍ଗଳବାର ରାଞ୍ଚିରେ ଅନୁଷ୍ଠିତ ହୋଇଥିବା ତମାଖୁ ନିୟନ୍ତ୍ରଣ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାସହ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରୁଥିବା ଦୋକାନୀମାନେ ସେମାନଙ୍କ ଦୋକାନରେ କୌଣସି ଖାଦ୍ୟ ସାମଗ୍ରୀ ବିକ୍ରି କରିପାରିବେ ନାହିଁ ବୋଲି ଏହି ବୈଠକରେ ବି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏଭଳି ନିଷ୍ପତ୍ତି ହେବା ପରେ ରାଜ୍ୟସରକାରରେ ମନ୍ତ୍ରୀ ଥିବା ଆଲମଗୀରି ଆଲାମ କହିଛନ୍ତି କି ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏଥିରେ ସମସ୍ତଙ୍କର ସହମତି ରହିବା ଆବଶ୍ୟକ । ଏହାଦ୍ୱାରା ଆଗାମୀ ପିଢିକୁ ତମାଖୁ ଭଳି ମାରାତ୍ମକ ଅଭ୍ୟାସରୁ ମୁକୁଳାଯାଇ ପାରିବ । ନ୍ୟାସନାଲ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଝାଡଖଣ୍ଡ ରାଜ୍ୟ ନୋଡାଲ ଅଧିକାରୀ ଏଲ୍.ଆର୍ . ପାଠକ୍ କହିଛନ୍ତି କି କମିଟି ଏହି ନିଷ୍ପତ୍ତି ନେଇଛି କି ଏହି ଆଇନକୁ ୨୦୨୧ ମସିହା ଏପ୍ରିଲ ମାସରୁ ରାଜ୍ୟରେ ଲାଗୁ କରାଯିବ । ଏହାଦ୍ୱାରା ଝାଡଖଣ୍ଡ ସରକାରଙ୍କ ଅଧିନରେ ଚାକିରି କରିବାକୁ ଥିବା ଆଶାୟୀମାନେ ସତ୍ୟପାଠରେ ଉଲ୍ଲେଖ କରିବେ କି ସେମାନେ ପୂର୍ବରୁ କେବେ ତମାଖୁ ସେବନ କରୁ ନ ଥିଲେ କି ଚାକିରି କରିବା ପରେ ତମାଖୁ ସେବନ କରିବେ ନାହିଁ ।
ଅନ୍ୟପଟେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଝାଡଖଣ୍ଡ ବିଜେପି ନେତା ଶିବ ପୂଜନ ପାଠକ । ଏହା ସହ ସେ କହିଛନ୍ତି କି କେବଳ ତମାଖୁ ନୁହେଁ, ରାଜ୍ୟସରକାରଙ୍କୁ ମଦ ବନ୍ଦ ନେଇ ବି କିଛି ଚିନ୍ତା କରିବାର ଆବଶ୍ୟକତା ରହିଛି । ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବାକୁ ରାଜ୍ୟସରକାରୀ ଆଗଭର ହୁଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର