ଚପଲରେ ନେଉଥିଲେ ଗଞ୍ଜେଇ, ବିମାନବନ୍ଦରରୁ ଧରାପଡ଼ିଲେ ଯୁବକ

କନ୍ନୁର: ଦିନକୁ ଦିନ ଚୋରା ଚାଲାଣକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | କେତେବେଳେ ସୁନା ବିଦେଶରୁ ଭାରତକୁ ଅଣାଯାଉଥିବାବେଳେ କେତେବେଳେ ପୁଣି ଡ୍ରଗ୍ସ ମଧ୍ୟ ବିମାନ ଦ୍ୱାରା ଅବୈଧ ଭାବେ ଅଣାଯାଉଛି | ବିଶେଷ କରି ବାହାର ଦେଶରୁ ସୁନା ଚୋରାଚାଲାଣ ଭଳି ଘଟଣା ପ୍ରାୟତଃ ଦେଖିବାକୁ ମିଳୁଥିବାବେଳେ ଏସବୁ ଆଣିବା ପାଇଁ ଚାଲାଣକାରୀ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି |

ତେବେ କନ୍ନୁର ବିମାନବନ୍ଦରରେ ଚପଲ ମଧ୍ୟରେ ଗଂଜେଇ ଚାଲାଣ ହେଉଥିବା ଭଳି ଘଟଣା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଅଯଶ ଭଳୀୟବାଲ୍ଲଥ ନାମକ ଜଣେ ବିମାନ ଯାତ୍ରୀ ୯୧୦ ଗ୍ରାମର ଗଂଜେଇ ନିଜ ଚପଲରେ ଲୁଚାଇ ନେଇଯାଉଥିଲେ | ତେବେ କେରଳର କନ୍ନୁର ବିମାନବନ୍ଦରରେ ଥିବା ସିଆଇଏସଏଫ ଯବାନଙ୍କର ତାଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ଯାଞ୍ଚ କରାଯାଇଥିଲା |

zeenews.india.com

ଏହି ସମୟରେ ତାଙ୍କ ଚପଲରୁ ଗଂଜେଇ ଜବତ କରାଯାଇଥିଲା | ଏହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହୋଇଥିବାବେଳେ ଅଭିଯୁକ୍ତଙ୍କୁ ନାର୍କଟିକ କଣ୍ଟ୍ରୋଲ ବ୍ୟୁରୋକୁ ହସ୍ତାନ୍ତର କରାଯାଇଛି | ତେବେ ଏହି ଗଞ୍ଜେଇକୁ ସେ କେଉଁଠୁ ଆଣିଥିଲେ ଓ କାହାପାଖକୁ ନେଉଥିଲେ ତାହାର ଏବେ ତଦନ୍ତ କରାଯାଉଛି |

ସମ୍ବନ୍ଧିତ ଖବର