ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ପନ୍ନୁନ୍ଙ୍କ ହତ୍ୟା ଷଡ଼ଯନ୍ତ୍ରରେ ଜଡ଼ିତ ବୋଲି ଆମେରିକାରେ ଅଭିଯୁକ୍ତ ହୋଇଥିବା ୫୨ ବର୍ଷିୟ ଭାରତୀୟ ନାଗରିକ ନିଖିଳ ଗୁପ୍ତାଙ୍କ ପରିବାର ଲୋକେ ସୁପ୍ରିମ୍ କୋର୍ଟରେ ଫାଇଲ୍ କରିଥିବା ପିଟିସନ୍ର ଶୁଣାଣିକୁ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।
ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ପନ୍ନୁନ୍ଙ୍କ ହତ୍ୟା ଷଡ଼ଯନ୍ତ୍ରରେ ଜଡ଼ିତ ବୋଲି ଆମେରିକାରେ ଅଭିଯୁକ୍ତ ହୋଇଥିବା ୫୨ ବର୍ଷିୟ ଭାରତୀୟ ନାଗରିକ ନିଖିଳ ଗୁପ୍ତାଙ୍କ ପରିବାର ଲୋକେ ସୁପ୍ରିମ୍ କୋର୍ଟରେ କହିଛନ୍ତି ଯେ, ଗୁପ୍ତାଙ୍କୁ ବେଆଇନ ଭାବେ ଚେକ୍ ସାଧାରଣତନ୍ତ୍ରରେ ଅଟକ ରଖାଯାଇଛି।
ଏହି ଘଟଣାରେ ଚେକ୍ ସରକାରୀ କର୍ତ୍ତୃପକ୍ଷଙ୍କ ସହିତ କଥାବାର୍ତ୍ତା କରି ସହାୟତା କରିବା ଲାଗି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ନିର୍ଦେଶ ଦେବା ପାଇଁ ସେମାନେ ସୁପ୍ରିମ୍ କୋର୍ଟଙ୍କୁ ନିବେଦନ କରିଥିଲେ।
ଘଟଣାର ଭମ୍ଭୀରତା ପ୍ରତି ଦୃଷ୍ଟି ଦେଇ ବିଚାରପତି ସଞ୍ଜୀବ କୁମାର ଆବେଦନକାରୀଙ୍କୁ କହିଛନ୍ତି ଯେ, ଅନ୍ୟ ଦେଶରେ କରାଯାଇଥିବା ଗିରଫଦାରି ଉପରେ ଭାରତର ସୁପ୍ରିମ୍ କୋର୍ଟଙ୍କ କର୍ତ୍ତୃତ୍ବ ନାହିଁ। ତେଣୁ, ଚେକ୍ ସାଧାରଣତନ୍ତ୍ର କୋର୍ଟରେ ଆବେଦନ କରନ୍ତୁ। ଏହଛଡ଼ା, ଅଟକ ବ୍ୟକ୍ତି (ନିଖିଳ ଗୁପ୍ତା) ସତ୍ୟପାଠ ଦାଖଲ କରିନାହାନ୍ତି। ଯଦି ଆଇନ ଉଲ୍ଲଂଘନ କରାଯାଇଛି ତେବେ, ଆପଣ ସେଠାକାର ଅଦାଲତକୁ ଯାଆନ୍ତୁ।
ଜଣେ ଆଇନ ଅନୁଗତ ଭାରତୀୟ ନାଗରିକ ହୋଇ ମଧ୍ୟ ପ୍ରେଗ୍ରେ ଥିବା ବିଦେଶୀ କାରାଗାରରେ ଆବେଦନକାରୀଙ୍କୁ ଅଟକ ରଖାଯାଇଛି। ସେଠାରେ ତାଙ୍କ ଜୀବନ ପ୍ରତି ଭୀଷଣ ବିପଦ ରହିଛି ବୋଲି ସୁପ୍ରିମ୍ କୋର୍ଟରେ ଫାଇଲ୍ କରିଥିବା ପିଟିସନ୍ରେ ପନ୍ନୁନ୍ଙ୍କ ପରିବାର ଉଲ୍ଲେଖ କରିବା ପରେ ଅଦାଲତ ଏଭଳି କଥା କହିଛନ୍ତି।
ସୂଚନାଯୋଗ୍ୟ, ଖଲିସ୍ତାନୀ ନେତା ଗୁରୁପତୱନ୍ତ ପନ୍ନୁଙ୍କୁ ହତ୍ୟା କରିବା ପାଇଁ କରାଯାଇଥିବା ସରକାରୀ ଷଡ଼ଯନ୍ତ୍ରରେ ଅଭିଯୁକ୍ତ ନିଖିଳ ଗୁପ୍ତା ଜୁନ୍ ମାସରୁ ଚେକ୍ ସାଧାରଣତନ୍ତ୍ର ଜେଲ୍ରେ କଏଦୀ ହୋଇ ରହିଛନ୍ତି।