କୋଲକାତା: ବଞ୍ଚିଛୁ ବୋଲି ବିଶ୍ବାସ ହେଉନି। ଅନେକ ବର୍ଷ ଧରି ତାଲିବାନଙ୍କ ଆକ୍ରମଣର ଶିକାର ହେବା ପରେ ଏବେ ବଞ୍ଚିବାର ନୂଆ ଆଶା ମନରେ ଆସିଛି। ତାଲିବାନଙ୍କ ଅତ୍ୟାଚାର ଏବଂ କ୍ରୁରତାକୁ ନିଜ ଆଖି ଆଗରେ ଦେଖିଥିବାରୁ ତାକୁ ମନେ ପକାଇ ମୋର ଦୁଇ ଝିଅ ଏବେ ବି ରାତିରେ ଠିକରେ ଶୋଇ ପାରୁନାହାନ୍ତି। ଜୀବନ ବଞ୍ଚାଇବା ପାଇଁ ଆମେ ପଶ୍ଚିମବଙ୍ଗ ଚାଲିଆସିଛୁ। ଏବେ ଆମ ଜୀବନ ଭାରତ ସରକାର ହିଁ ବଞ୍ଚାଇପାରିବେ। ବଞ୍ଚିବାର ଆଶା ହରାଇ ବସିଥିବା ଜଣେ ଆଫଗାନ ଭାରତରେ ପହଞ୍ଚିବା ପରେ ଥର ଥର କଣ୍ଠରେ ଏଭଳି କହିଛନ୍ତି।
www.news18.comମହମ୍ମଦ ଖାନ ନାମକ ଏହି ବ୍ୟକ୍ତି କାବୁଲରେ କପଡ଼ା ବ୍ୟବସାୟ କରୁଥିଲେ। ଏବେ ତାଲିବାନ ଭୟରେ ସେ ଆଫଗାନିସ୍ତାନରୁ ଆସି ପଶ୍ଚିମବଙ୍ଗରେ ରହିବା ଆରମ୍ଭ କରିଛନ୍ତି। ତାଙ୍କ କହିବା ମୁତାବକ, କ୍ଷମତାକୁ ଆସିବା ପୂର୍ବରୁ ମଧ୍ୟ ଆଫଗାନିସ୍ତାନରେ ଲୋକେ ତାଲିବାନ ଅତ୍ୟାଚାରର ଶିକାର ହେଉଥିଲେ। ସେମାନେ ପ୍ରତିଦିନ ଆମକୁ ଟଙ୍କା ମାଗୁଥିଲେ। ଯଦି ଆମେ ଦେବାକୁ ବିଫଳ ହେଉଥିଲୁ, ସେମାନେ ଆମକୁ ପିଟୁଥିଲେ। ୨୦୧୦ରେ ମଧ୍ୟ ସେମାନେ ମୋତେ ଟଙ୍କା ପାଇଁ ମାଡ଼ ମାରିଥିଲେ। ଏଥିରେ ଅତିଷ୍ଠ ହୋଇ ମୁଁ ମୋ ଦୁଇ ଝିଅ ମଲାଲା ଓ ପସ୍ତାନାକୁ ନେଇ ଭାରତ ଆସିବାକୁ ମନସ୍ତ କଲି। ଏହା ପରେ ଭାରତୀୟ ଦୂତାବାସର ସାହାଯ୍ୟ ନେଇ ଆମେ ପଶ୍ଚିମବଙ୍ଗ ଆସିପାରିଲୁ। ମୁଁ ଭାରତରେ ରହିବାକୁ ଚାହୁଁଛି ଏବଂ ଆମକୁ ଆଶ୍ରୟ ଦେବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/t-81.jpg)