ରାଜନୈତିକ ଦଳମାନଙ୍କ ମାଗଣା ଦାନ ପ୍ରତିଶ୍ରୁତିକୁ ନିୟନ୍ତ୍ରଣ କରିପାରିବୁ ନାହିଁ: ସୁପ୍ରିମ୍‌ କୋର୍ଟଙ୍କୁ କହିଲା ନିର୍ବାଚନ କମିସନ୍‌

ନୂଆଦିଲ୍ଲୀ: ଆଇନଗତ ବ୍ୟବସ୍ଥା ବିନା କ୍ଷମତାସୀନ ହେଲେ ମାଗଣା ଦେବୁ ବୋଲି ରାଜନୈତିକ ଦଳମାନେ ଦେଉଥିବା ପ୍ରତିଶ୍ରୁତିକୁ ନିୟନ୍ତ୍ରଣ କରିବା ଲାଗି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଆଜି ନିର୍ବାଚନ କମିସନ୍‌ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।

ମାଗଣା ଦେବେ ବୋଲି ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳଗୁଡ଼ିର ପଞ୍ଜୀକରଣ କାଟି ଦେବା ପାଇଁ ବ୍ୟବସ୍ଥା କରିବା ଲାଗି ଓକିଲ ତଥା ‘ବିଜେପି’ ନେତା ଅଶ୍ବିନୀ ଉପାଧ୍ୟାୟ ଫାଇଲ୍‌ କରିଥିବା ଜନସ୍ବାର୍ଥ ମାମଲାର ଉତ୍ତର ଦେବାକୁ ଯାଇ ନିର୍ବାଚନ କମିସନ୍‌ ଉପରୋକ୍ତ କଥା କହିଛନ୍ତି।

Image Courtesy of Deccan Herald

ବିଜୟୀ ଦଳ ସରକାର ଗଠନ କରିବା ପରେ ଦେଇଥିବା ପ୍ରତିଶ୍ରୁତି ଆଧାରତି ରାଷ୍ଟ୍ରନୀତି ଓ ନିଷ୍ପତ୍ତି ଗ୍ରହଣ କରିବା ଉପରେ ନିର୍ବାଚନ କମିସନ୍‌ର ନିୟନ୍ତ୍ରଣ ନାହିଁ। ଆଇନରେ ସେଥିପାଇଁ ବ୍ୟବସ୍ଥା ନ ରହିଲେ ତାହା କ୍ଷମତାର ଅପପ୍ରୟୋଗ ହେବ। ମାଗଣା ଦାନ ପ୍ରତିଶ୍ରୁତି ହେଉଛି ରାଜନୈତିକ ଦଳମାନଙ୍କର ‘ନୀତି ନିର୍ଦ୍ଧାରଣ’ ବ୍ୟବସ୍ଥା। ଅଦାଲତ ରାଜନୈତିକ ଦଳମାନଙ୍କ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିପାରନ୍ତି। ନିର୍ବାଚନ କମିସନ୍ ଏହାକୁ ପ୍ରବର୍ତ୍ତ କରିପାରିବ ନାହିଁ ବୋଲି ଦାଖଲ କରିଥିବା ସତ୍ୟପାଠରେ ନିର୍ବାଚନ କମିସନ୍‌ କହିଛି।

ଏ ଭଳି ନୀତି ଆର୍ଥିକ ଭାବେ ସମ୍ଭପର କି, ନୁହେଁ ଅଥବା ଦେଶର ଅର୍ଥନୀତି ଉପରେ ଏହାର କୁପ୍ରଭାବ ପଡ଼ିବ କି, ନାହିଁ, ଭୋଟରମାନେ ତାହା ସ୍ଥିର କରିବେ ବୋଲି ମଧ୍ୟ ନିର୍ବାଚନ କମିସନ୍‌ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର