ନୂଆଦିଲ୍ଲୀ: ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲ୍ଲା ରଖିଥିବା ବକ୍ତବ୍ୟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। କରୋନା ମହାମାରୀର ପ୍ରଭାବ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ସେ କହିଥିଲେ- ‘ମୁଁ ମୋ ପତ୍ନୀଙ୍କୁ ଚୁମ୍ବନ ମଧ୍ୟ ଦେଇପାରୁ ନାହିଁ।’ ଜମ୍ମୁ-କଶ୍ମୀରର ରାଜନୈତିକ ଦଳ ନ୍ୟାସନାଲ କନଫରେନ୍ସର ସଭାପତି ଫାରୁଖ ଅବଦୁଲ୍ଲାଙ୍କର ଏଭଳି ବୟାନ ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
Oneindiaନିଜ ୩୫ ମିନିଟ ଭାଷଣରେ ଅବଦୁଲ୍ଲା କହିଥିଲେ, ‘‘କୋଭିଡ୍-୧୯ ମୋ ଜୀବନକୁ ବାଧା ଦେଇଛି। ମୁଁ ମୋ ପତ୍ନୀଙ୍କୁ ଚୁମ୍ବନ ମଧ୍ୟ ଦେଇ ପାରୁ ନାହିଁ। ହୃଦୟ ଚାହୁଁଥିଲେ ମଧ୍ୟ ମୁଁ ମୋ ପତ୍ନୀଙ୍କୁ ଆଲିଙ୍ଗନ କରିପାରୁ ନାହିଁ। କରୋନା ଆରମ୍ଭ ହେବା ପରଠାରୁ ମୋତେ ଏଭଳି ସତର୍କତା ଅବଲମ୍ବନ କରିବାକୁ ପଡ଼ୁଛି। ଏବେ ବିଶ୍ବରେ ବିଭିନ୍ନ ସ୍ଥାନରେ କରୋନା ପାଇଁ ପ୍ରତିଦିନ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବାରୁ ଲୋକମାନେ ପରସ୍ପରକୁ ଆଲିଙ୍ଗନ କରିବାକୁ ଭୟ କରୁଛନ୍ତି। କୋଭିଡ୍-୧୯ ଟିକା ବର୍ତ୍ତମାନ ଉପଲବ୍ଧ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ବିଷୟରେ କେବଳ ସମୟ କହିପାରିବ। କିନ୍ତୁ ମୁଁ ଟିକା ସଫଳ ହେଉ ଏବଂ ଖୁବ ଶୀଘ୍ର ପରିସ୍ଥିତି ସ୍ୱାଭାବିକ ହେଉ ବୋଲି ଭଗବାନଙ୍କୁ ପ୍ରାର୍ଥନା କରୁଛି।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/t-120.jpg)