ଏଣିକି ଘର ବାଲକୋନିରୁ ପକ୍ଷୀଙ୍କୁ ଦେଇ ପାରିବେ ନାହିଁ ଦାନା: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: କୌଣସି ବ୍ୟକ୍ତି ନିଜର ଘରର ବାଲକୋନିରୁ ଛିଡା ହୋଇ ପକ୍ଷୀଙ୍କୁ ଦାନ ଦେଇ ପାରିବେ ନାହିଁ। ଏମିତି କରିବା ଦ୍ୱାରା ସୋସାଇଟିରେ ରହୁଥିବା ଅନ୍ୟ ଲୋମାନଙ୍କୁ ପକ୍ଷୀଙ୍କ ମଳମୁତ୍ର ଓ ଦାନ ହେତୁ ଅଳିଆଆବର୍ଜନାର ସମସ୍ୟା ହୋଇଥାଏ। ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଏହି ଟିପ୍ପଣୀ ଦେଇଛନ୍ତି।

ଅଦାଲତଙ୍କ କହିବାନୁସାରେ, ସମସ୍ତ କୋଠାର ମାଲିକଙ୍କୁ ସୋସାଇଟି ଓ ଆରଡବ୍ଲୁଏର ନିୟମର ପାଳନ କରିବାକୁ ହେବ। ଜଣେ ମହିଳା ହାଇରାଇଜ ବିଲଡିଂରେ ପକ୍ଷୀଙ୍କୁ ଦାନ ଦେଉଥିବା ଉପରେ ରୋକ ଲଗାଇ ଅଦାଲତ ଏହି ନିଷ୍ପତ୍ତି ନେଇଛନ୍ତି। ବିଚାରପତି ୟୁ.ୟୁ ଲଲିତ ଓ ଇନ୍ଦୁ ମଲହୋତ୍ରାଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରି କହିଛନ୍ତି, ଯଦି ଆପଣ ଏକ ରେସିଡେନ୍‌ଟାଲ ସୋସାଇଟିରେ ରହୁଛନ୍ତି ତେବେ ଆପଣଙ୍କୁ ଏହି ନିୟମର ପାଳନ କରିବାକୁ ପଡ଼ିବ।

Asianet News

ବମ୍ବେ ସିଟି ସିଭିଲ୍‌ ହାଇକୋର୍ଟ ୨୦୧୩ ସେପଟେମ୍ବର ୨୭ ତାରିଖରେ ଏକ ଆଦେଶରେ ମହିଳାଙ୍କ ଉପରେ ଫ୍ଲାଟର ବାଲକୋନିରୁ ପକ୍ଷୀଙ୍କୁ ଦାନ ଦେବା ଉପରେ ରୋକ ଲଗାଇଥିଲେ। ମହିଳା ଏହାପରେ ଏହି ଆଦେଶକୁ ବମ୍ବେ ହାଇକୋର୍ଟ ନିକଟରେ ଆବେଦନ ବି କରିଥିଲେ। ହେଲେ ସେଠାରେ ବି ମହିଳାଙ୍କ ଏହି ଆବେଦନକୁ ଖାରଜ କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର