ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାର ଅଭିଯୁକ୍ତ ମଦ କମ୍ପାନି ପର୍ନୋଡ୍‌ ରିକାର୍ଡର ଅଧିକାରୀ ବିନୋୟ ବାବୁଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅବକାରୀ ନୀତି ଘୋଟାଲା ମାମଲାର ଅଭିଯୁକ୍ତଙ୍କୁ ଆଶ୍ୱସ୍ତି ଦେବା ସହ ସର୍ବୋଚ୍ଚ ନ୍ୟାୟାଳୟ କେତେକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଅଦାଲତ କହିଛନ୍ତି, ‘ବିଚାର ପୂର୍ବରୁ ଏତେ ଦିନ ଧରି ଲୋକଙ୍କୁ ଜେଲରେ ରଖିପାରିବେ ନାହିଁ’।

Advertisment

୨୦୨୨ ନଭେମ୍ବର ୧୦ ତାରିଖରୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବିନୋୟ ବାବୁଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତରେ ରଖିଥିଲା।

ସର୍ବୋଚ୍ଚ ଅଦାଲତ ମଧ୍ୟ ତଦନ୍ତକାରୀ ଏଜେନ୍‌ସିମାନଙ୍କ ଯୁକ୍ତିରେ ଅସଙ୍ଗତି ଥିବା ଦର୍ଶାଇଛନ୍ତି। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଯାହା ଅଭିଯୋଗ କରୁଛି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଯାହା ଅଭିଯୋଗ କରିଛି, ସେଥିରେ ଅସଙ୍ଗତି ଥିବା ଜଣାପଡ଼ୁଛି। ଏହା ଠିକ୍‌ ନୁହେଁ। ଏହି ମାମଲା କେମିତି ଆଗକୁ ବଢ଼ିବ ତାହା ଆମେ ଜାଣିନାହୁଁ ବୋଲି ଶୁକ୍ରବାର ଶୁଣାଣି ବେଳେ ସୁପ୍ରିମ୍‌ କୋର୍ଟ କହିଛନ୍ତି।

ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ବାବୁଙ୍କୁ ଅନ୍ତରୀଣ ଡାକ୍ତରୀ ଜାମିନ ଦେବାକୁ ମନା କରିବାର ଦୁଇ ଦିନ ପରେ ସୁପ୍ରିମ୍‌କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ ଡାକ୍ତରୀ ଆଧାରରେ ସାଢ଼େ ୪ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ ପାଇଁ ଏହା ଉପଯୁକ୍ତ ମାମଲା ନୁହେଁ ଏବଂ ଅଭିଯୁକ୍ତ ଏକ ଗମ୍ଭୀର ମାମଲାରେ ହାଜତରେ ଅଛନ୍ତି। ମନି ଲଣ୍ଡରିଂ ମାମଲାର ଗମ୍ଭୀରତାକୁ ଅଣଦେଖା କରାଯାଇ ପାରିବ ନାହିଁ ଏବଂ ବିନୋୟ ବାବୁଙ୍କ ନିୟମିତ ଜାମିନ ଆବେଦନକୁ କେବଳ ରାଉଜ୍‌ ଆଭେନ୍ୟୁ କୋର୍ଟ ନୁହେଁ ବରଂ ହାଇକୋର୍ଟ ମଧ୍ୟ ଖାରଜ କରିସାରିଛନ୍ତି ବୋଲି ସୁପ୍ରୀମକୋର୍ଟ କହିଥିଲେ।