ରାତାରାତି ଟିକା ଉତ୍ପାଦନ ବଢାଇବା ସମ୍ଭବ ନୁହେଁ : ପୁନାଓ୍ବାଲା

ପୁଣେ : ଭାରତରେ କରୋନା ଟିକା ଚାହିଦା ବଢିଚାଲିଥିବାବେଳେ ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାଓ୍ବାଲା କହିଛନ୍ତି ଯେ ଭାରତ ପରି ବିଶାଳ ଦେଶର ଟିକା ଚାହିଦା ମେଣ୍ଟାଇବା ସହଜ କଥା ନୁହେଁ । ପୁଣି ରାତାରାତି ଟିକା ଉତ୍ପାଦନ ବଢାଇବା ସମ୍ଭବ ନୁହେଁ ।

ସେ କହିଛନ୍ତି ଯେ ଭାରତ ସରକାର ମୋଟ୨୬ କୋଟି ଟିକା ପାଇଁ ଅର୍ଡର ଦେଇଥିଲେ । ତା ମଧ୍ୟରୁ ୧୫ କୋଟିର ଅଧିକ ଡୋଜ ଟିକା ଯୋଗାଣ ଶେଷହୋଇଛି । ଅବଶିଷ୍ଠ ୧୧ କୋଟି ଡୋଜ ଟିକା ପାଇଁ ଭାରତ ସରକାର ୧୭୩୨ କୋଟି ଟଙ୍କା ପ୍ରଦାନ କରିସାରିଛନ୍ତି । ଆଗାମୀ କିଛି ମାସରେ ଏସବୁ ଟିକା ଯୋଗାଇଦିଆଯିବ । ସେହିପରି ରାଜ୍ୟମାନଙ୍କ ଆଉ ୧୧ କୋଟି ଟିକା ଯୋଗାଇଦିଆଯିବ ।

ସୂଚନାଯୋଗ୍ୟ ଯେ, କରୋନାର ଭୟଙ୍କର ୨ୟ ଲହର ଭାରତକୁ କବଳିତ କରି ରଖିଥିବାବେଳେ ଭାରତରେ ଟିକାର ଚାହିଦା ହଠାତ ବଢିଯାଇଛି । କିନ୍ତୁ ଭାରତରେ ମାତ୍ର ଦୁଇଟି ପ୍ରକାରର ଟିକା ଉପଲବ୍ଧ ଥିବାରୁ ଦେଶରେ ଟିକା ଅଭାବ ଦେଖାଦେଇଛି । ଫଳରେ କେତେକ ରାଜ୍ୟରେ ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ୩ୟ ପର୍ଯ୍ୟାୟ ଟିକାକରଣ ଠିକ ଭାବରେ ଆରମ୍ଭ ହୋଇପାରିନାହିଁ । ଟିକା ଅଭାବ ଥିବାରୁ ଦେଶର ମାତ୍ର ୧୪ଟି ରାଜ୍ୟରେ ୩ୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର