ପଶ୍ଚିମ ଭାରତରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ, ପ୍ରସ୍ତୁତ ଅଛି ଭାରତୀୟ ନୌସେନା: ରାଜନାଥ ସିଂହ

ନୂଆଦିଲ୍ଳୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର କହିଛନ୍ତି ଯେ ପଶ୍ଚିମ ଉପକୂଳରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ଓ ସେଥିପାଇଁ ଭାରତୀୟ ନୌସେନା ପୂରା ପ୍ରସ୍ତୁତ ରହିଛି। ସେ ଦେଶବାସୀଙ୍କୁ ଶାନ୍ତ୍ୱନା ଦେଇ କହିଛନ୍ତି ଯେ ‘ଆମେ ଏକଥାକୁ ଅସ୍ୱୀକାର କରିପାରିବୁନି ଯେ ପଡ଼ୋଶୀ ଦେଶର ଆତଙ୍କବାଦୀମାନେ ଭାରତୀୟ ସୀମାରେ ଆକ୍ରମଣ କରିବେ ବୋଲି। ମାତ୍ର ଆମେ ସମସ୍ତଙ୍କୁ ଏହା କହି ଆଶ୍ୱାସନା ଦେଇପାରିବୁ ଯେ ଭାରତୀୟ ନୌସେନା ସମସ୍ତ ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି। ଭୟ କରିବାର କୌଣସି କାରଣ ନାହିଁ।’

ଏହା ବ୍ୟତୀତ ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା ସିଆର୍‌ପିଏଫ୍‌ ଯବାନମାନଙ୍କ ପରିବାରକୁ ସେ ନିଜର ସମର୍ଥନ ଦେଇଛନ୍ତି। ଧର୍ମ ଗୁରୁ ମାତା ଅମ୍ରିତାନନ୍ଦମୟୀଙ୍କ ଜନ୍ମଦିନ ଅବସରରେ କେରଳର କୋଲମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏପରି ଅଭିଭାଷଣ ରଖିଛନ୍ତି ରାଜନାଥ।

ସମ୍ବନ୍ଧିତ ଖବର