ଏବେ ଦିଲ୍ଲୀ ୪ଗୁଣ ଅଧିକ ଅକ୍ସିଜେନ୍ ମାଗିଥିବା କଥା କହିବା ଉଚିତ ହେବ ନାହିଁ: ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ : କରୋନାର ଦ୍ବିତୀୟ ଲହର ବେଳେ ଦିଲ୍ଲୀ ୪ଗୁଣ ଅଧିକ ଅମ୍ଳଜାନ ମାଗିଥିବା କଥା କହିହେବ ନାହିଁ | ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ନୂଆଦିଲ୍ଲୀର ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ଅଧ୍ୟକ୍ଷତାରେ ଗଠିତ ଅଡିଟ୍ କମିଟି ପକ୍ଷରୁ ସୁପ୍ରିମ କୋର୍ଟରେ ଦିଲ୍ଲୀ ଆବଶ୍ୟକତାଠାରୁ ଅଧିକ ଅକ୍ସିଜେନ୍ ମାଗିଥିବା କଥା କୁହାଯିବା ପରେ ଏବେ ଏଭଳି ବୟାନ ଦେଇଛନ୍ତି ଏମ୍ସ ନିର୍ଦେଶକ ରଣଦୀପ ଗୁଲେରିଆ | ସେ କହିଛନ୍ତି ଯେ, ଦିଲ୍ଲୀର ଅକ୍ସିଜେନ୍ ଅଡିଟ୍ ହେଉଛି ଏକ ମଧ୍ୟବର୍ତ୍ତୀ ରିପୋର୍ଟ। ଅନ୍ତିମ ରିପୋର୍ଟ ପାଇଁ ଆମେ ଅପେକ୍ଷା କରିବା ଉଚିତ୍ | ଏବେ ଦ୍ବିତୀୟ ଲହର ବେଳେ ଦିଲ୍ଲୀ ୪ଗୁଣ ଅଧିକ ଅକ୍ସିଜେନ୍ ମାଗିଥିବା କଥା କହିବା ଉଚିତ ହେବ ନାହିଁ |

ଉଲ୍ଲେଖଯୋଗ୍ୟ, ଦେଶରେ କରୋନାର ଦ୍ବିତୀୟ ଲହର ବେଳେ ଦିଲ୍ଲୀ ଅକ୍ସିଜେନ୍ ଅଭାବଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଏ ନେଇ ଦିଲ୍ଲୀ ସରକାର ବାରମ୍ବାର ଅଭିଯୋଗ କରିବା ପରେ କୋର୍ଟ ଏଥିରେ ହସ୍ତକ୍ଷେପ କରି ଦିଲ୍ଲୀକୁ ଅଧିକ ଅକ୍ସିଜେନ୍ ଯୋଗାଇ ଦେବାକୁ କହିଥିଲେ। ତେବେ ଦିଲ୍ଲୀ ସରକାର ଆବଶ୍ୟକତା ଠାରୁ ୪ ଗୁଣା ଅଧିକ ଅକ୍ସିଜେନ ମାଗିଥି‌ଲେ ବୋଲି ସୁପ୍ରିମ କୋର୍ଟଙ୍କ ଦ୍ବାରା ନିଯୁକ୍ତ ଅକ୍ସିଜେନ୍ ଅଡିଟ୍ ଟିମ୍ ଏହାର ରିପୋର୍ଟରେ ଦର୍ଶାଇଛନ୍ତି। ଦିଲ୍ଲୀର ଦୈନିକ ଅକ୍ସିଜେନ ଆବଶ୍ୟକତା ଶଯ୍ୟା ଅନୁସାରେ ସୂତ୍ର ମୁତାବକ ଦୈନିକ ୨୮୯ ମେଟ୍ରିକ୍ ଟନ ହୋଇଥିବା ବେଳେ ଦିଲ୍ଲୀ ସରକାର ୧୧୪୦ ମେଟ୍ରିକ ଟନ୍ ବୋଲି ଦାବି କରିଥିଲେ।

Guleria stresses on need for post-Covid clinics | Cities News,The Indian Express
The Indian Express

ତେବେ ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ଦିଲ୍ଲୀ ସରକାରଙ୍କ ମତକୁ ମଧ୍ୟ ଉପସ୍ଥାପନ କରାଯାଇଛି। ପଡ଼ୋଶୀ ରାଜ୍ୟରୁ ଦିଲ୍ଲୀକୁ ଯୋଗାଣ ହେଉଥିବା ଅକ୍ସିଜେନ ଉପରେ ସେହି ସମୟରେ ଭରସା କରାଯାଇ ପାରୁ ନଥିଲା। ଦାଖଲ ରିପୋର୍ଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଶପଥପାଠକୁ ଯୋଡ଼ାଯାଇଛି। ଦିଲ୍ଲୀ ସରକାର କମିଟିକୁ କହିଛନ୍ତି ଯେ ମେ ମାସରେ ଦିଲ୍ଲୀକୁ ଅକ୍ସିଜେନ ଯୋଗାଣ ସ୍ଥିତି ସେତେଟା ସ୍ପଷ୍ଟ ନଥିଲା। ରୋଗୀଙ୍କ ଚିକିତ୍ସା ପାଇଁ ଅକ୍ସିଜେନର ଆବଶ୍ୟକତା ରହିଥିଲା।

ସମ୍ବନ୍ଧିତ ଖବର