ନୂଆଦିଲ୍ଲୀ: ଗ୍ୟାଙ୍ଗ୍ଷ୍ଟର୍ ବିକାଶ ଦୁବେ ଏନ୍କାଉଣ୍ଟର୍ ତଦନ୍ତ କମିଟିରେ ସାମିଲ ହେବା ଲାଗି ସୁପ୍ରିମ୍ କୋର୍ଟର କୌଣସି କାର୍ଯ୍ୟରତ ବିଚାରପତିଙ୍କୁ ଛାଡ଼ି ହେବନାହିଁ ବୋଲି ସୋମବାର ଦିନ ସୁପ୍ରିମ୍ କୋର୍ଟ ରାୟ ଶୁଣାଇ ଉତ୍ତର ପ୍ରଦେଶ ସରକାରଙ୍କୁ କହିଛନ୍ତି। ଏଥିପାଇଁ ସୁପ୍ରିମ୍ କୋର୍ଟରୁ କୌଣସି ଜଣେ ପୂର୍ବତନ ବିଚାରପତି ଏବଂ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ନିଅନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ ଉତ୍ତର ପ୍ରଦେଶ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।
ସର୍ବୋଚ୍ଚ ଅଦାଲତ କହିଛନ୍ତି, ତଦନ୍ତ କମିଟିର ସଦସ୍ୟ ହେବା ନିମନ୍ତେ ଆମେ କୌଣସି କାର୍ଯ୍ୟରତ ସୁପ୍ରିମ୍ କୋର୍ଟ ବିଚାରପତିଙ୍କୁ ଛାଡ଼ି ପାରିବୁ ନାହିଁ। ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍ ପରିସ୍ଥିତି ଯୋଗୁଁ ଅନ୍ୟ ବିଚାରପତିମାନେ ଆହ୍ଲାବାଦକୁ ଯିବା ଲାଗି ଅନିଚ୍ଛୁକ ଥିବାରୁ ଉତ୍ତର ପ୍ରଦେଶ ସରକାର ନିଜ ରାଜ୍ୟରୁ ହିଁ ସୁପ୍ରିମ୍ କୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଆଣିବା ଉଚିତ।
Image Courtesy of Dailyaddaaଉତ୍ତର ପ୍ରଦେଶ ପୁଲିସ ତରଫରୁ ଉପସ୍ଥିତ ହୋଇ ବରିଷ୍ଠ ଆଡ୍ଭୋକେଟ୍ ହରିଶ ସାଲ୍ୱେ କହିଲେ ଯେ, କମିଟିରେ ସାମିଲ ହେଉଥିବା ବ୍ୟକ୍ତିବିଶେଷଙ୍କ ବିଜ୍ଞପ୍ତି ଆଣିବେ। ବୁଧବାର ଦିନ ଅଦାଲତ ତାହା ବିଚାର କରି ଅନୁମୋଦନ କରିବେ।
ପ୍ରଶାସନିକ ତ୍ରୁଟି ସମ୍ପର୍କରେ ଟିପ୍ପଣୀ ଦେଇ ସୁପ୍ରିମ୍ କୋର୍ଟ କହିଲେ, ଏଭଳି ଜଣେ ବ୍ୟକ୍ତିଙ୍କୁ (ବିକାଶ ଦୁବେ) ଜାମିନ ମିଳିଥିବା କଥା ଆମକୁ ବିସ୍ମିତ କରିପକାଉଛି। ସରକାରୀ ପ୍ରତିଷ୍ଠାନ ହୋଇ ମଧ୍ୟ ଆମେ ଜଣେ ବ୍ୟକ୍ତିଙ୍କୁ ଜେଲ୍ରେ ରଖିବାରେ ବିଫଳ ହୋଇଛନ୍ତି। କମିଟି ଏ ପ୍ରସଙ୍ଗକୁ ମଧ୍ୟ ଅନୁଶୀଳନ କରିବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/sc.jpg)