ପ୍ରବାସୀଙ୍କୁ ଚାଲିବାରୁ ଆମେ ରୋକିପାରିବୁ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚାଲି ଚାଲି ନିଜ ଘରକୁ ଫେରୁଥିବା ପ୍ରବାସୀମାନଙ୍କୁ ଖାଦ୍ୟ ଏବଂ ଜଳ ଯୋଗାଇଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବା ପାଇଁ କରାଯାଇଥିବା ଏକ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଆଜି କହିଛନ୍ତି ଯେ, କିଏ ଚାଲୁଛି ଏବଂ ଚାଲୁ ନାହିଁ ତାହା ଉପରେ ନଜର ରଖିବା ଅସମ୍ଭବ। ଏ ନେଇ ରାଜ୍ୟ ନିଷ୍ପତ୍ତି ନିଅନ୍ତୁ। କୋର୍ଟ କାହିଁକି ଶୁଣାଣି କରିବେ କିମ୍ବା ନିଷ୍ପତ୍ତି ନେବେ?

ଆଇନଜୀବୀ  ଆଲୋକ ଶ୍ରୀବାସ୍ତବଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନରେ ଅନୁରୋଧ କରାଯାଇଥିଲା ଯେ, ରାସ୍ତାରେ ଯାଉଥିବା ପ୍ରବାସୀମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଖାଦ୍ୟ ଏବଂ ଆଶ୍ରୟ ଦେବା ପାଇଁ କୋର୍ଟ କେନ୍ଦ୍ରକୁ ନିର୍ଦେଶ ଦେବା ଦରକାର। ଓକିଲ ମହାରାଷ୍ଟ୍ରରେ ରେଲୱେ ଟ୍ରାକରେ ଶୋଇଥିବା ୧୬ ପ୍ରବାସୀ ଏକ ମାଲବାହୀ ଟ୍ରେନ୍ ତଳେ ଚାପି ହୋଇ ମୃତ୍ୟୁବରଣ କରିବା ଘଟଣା ବିଷୟରେ ମଧ୍ୟ ନିଜ ପିଟିସନରେ ଉଲ୍ଲେଖ କରିଥିଲେ |

sqs7i5ak
ndtv

ଏହି ପିଟିସନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ରାଜ୍ୟଗୁଡ଼ିକୁ ଏ ନେଇ ନିଷ୍ପତ୍ତି ନେବା ଦରକାର | ଆମର ପ୍ରବାସୀ ଶ୍ରମିକଙ୍କୁ ଚାଲି ଚାଲି ଘରକୁ ଯିବାରୁ କିପରି ବନ୍ଦ କରିପାରିବୁ? ଟ୍ରେନ୍ ଦୁର୍ଘଟଣାକୁ ନେଇ କୋର୍ଟ କହିଛନ୍ତି ଯେ, ରେଲୱେ ଟ୍ରାକରେ ଶୋଇଥିବା ବେଳେ କେହି ଏହାକୁ କିପରି ଅଟକାଇ ପାରିବେ?

ଓକିଲଙ୍କ ପିଟିସନ ଉପରେ ବିରକ୍ତି ପ୍ରକାଶ କରି ବିଚାରପତି କହିଛନ୍ତି ଯେ, ଓକିଲଙ୍କ ଆବେଦନ ଖବରକାଗଜରେ ଛପା ଯାଉଥିବା ସୂଚନା ଉପରେ ସମ୍ପୂର୍ଣ୍ଣ ଆଧାରିତ ଏବଂ ଖବରକାଗଜରେ ଛପା ଯାଇଥିବା ଖବର ପଢି ସେମାନେ ଦାଖଲ କରିଥିବା ପିଟିସନ ଉପରେ ସୁପ୍ରିମକୋର୍ଟ ନିଷ୍ପତ୍ତି  ନିଅନ୍ତୁ ବୋଲି ସେମାନେ ଚାହାନ୍ତି | ଆମେ ଆପଣଙ୍କୁ ସ୍ୱତନ୍ତ୍ର ପାସ୍ ଦେବୁ। ଆପଣ ଯାଇ ସରକାରୀ ନିର୍ଦ୍ଦେଶ କାର୍ଯ୍ୟକାରୀ କରିପାରିବେ କି? ଅଦାଲତ କାହିଁକି ଏ ନେଇ ନିଷ୍ପତ୍ତି ନେବ ଏବଂ ଶୁଣାଣି କରିବ | ପ୍ରତି ରାଜ୍ୟକୁ ଏ ନେଇ ନିଷ୍ପତ୍ତି ନେବାକୁ ଦିଆଯାଉ।

ସମ୍ବନ୍ଧିତ ଖବର