ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଲାଗି ବିତର୍କ ଆରମ୍ଭ

ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବର ବିତର୍କ ୟୁଏସ ପ୍ରତିନିଧି ସଭାରେ ଆରମ୍ଭ ହୋଇଛି  । ଗତ ସପ୍ତାହରେ ହୋଇଥିବା କ୍ୟାପିଟଲ ହିଲ ଦଙ୍ଗା ମାମଲାରେ ଟ୍ରମ୍ପଙ୍କୁ ଦାୟୀ କରାଯାଇ ଏହି ମହାଭିଯୋଗ ଆଗତ କରାଯାଇଛି । ଟ୍ରମ୍ପ ନିଜ ରାଷ୍ଟ୍ରପତିତ୍ବ କାଳରେ ୨ୟ ଥର ପାଇଁ ମହାଭିଯୋଗର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ସମୟ ଅପରାହ୍ଣ ୩ଟା (ଭାରତୀୟ ସମୟ ରାତି ସାଢେ ୧) ଆମେରିକା ସଂସଦର ନିମ୍ନ ସଦନରେ ଏହି ମହାଭିଯୋଗ ପ୍ରସ୍ତାବ ଉପରେ ଭୋଟିଂ ଆରମ୍ଭ ହେବ ।

ଟ୍ରମ୍ପଙ୍କ ଦଳ ରିପବ୍ଲିକାନ ଦଳର ସଦସ୍ୟମାନେ ମଧ୍ୟ ଟ୍ରମ୍ପଙ୍କୁ ହଟାଇବାକୁ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ଆମେରିକା କଂଗ୍ରେସର ଜଣେ ସଦସ୍ୟ କହିଛନ୍ତି ଯେ ଆସନ୍ତା ୨୦ ତାରିଖରେ ଜୋ ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଟ୍ରମ୍ପଙ୍କ ସମର୍ଥକମାନେ ଗଣ୍ଡଗୋଳ କରିପାରନ୍ତି । ଏପରିକି ସେମାନେ  ହିଂସାକାଣ୍ଡ ଘଟାଇପାରନ୍ତି ବୋଲି ସେ ଆଶଙ୍କା କରିଛନ୍ତି ।

 

 

ସମ୍ବନ୍ଧିତ ଖବର