ନୂଆଦିଲ୍ଲୀ: ଆଗକୁ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏନେଇ ସବୁ ଦଳ ପ୍ରସ୍ତୁତ ହୋଇସାରିଥିବା ବେଳେ ପ୍ରାର୍ଥୀ ଚୟନରେ ଲାଗିପଡ଼ିଛନ୍ତି। ବିଭିନ୍ନ ଦଳ ନିଜ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନିଜର ନୂଆ ଦଳ ଗଠନ କରିଥିବା କ୍ୟାପଟେନ ଅମରିନ୍ଦର ସିଂ ଏବେ ନିଜ ଦଳ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ତାଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସର ୨୨ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛନ୍ତି ଅମରିନ୍ଦର ସିଂ।
ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରି ଅମରିନ୍ଦର ସିଂ କହିଛନ୍ତି ଯେ, ଏହି ସମସ୍ତ ପ୍ରାର୍ଥୀଙ୍କ ରାଜନୀତି କରିବାରେ ଦକ୍ଷ ଏବଂ ସେମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଜଣାଶୁଣା ଚେହେରା ଅଟନ୍ତି। ଏହି ପ୍ରଥମ ତାଲିକାରେ ଜଣେ ମହିଳା ଅଛନ୍ତି। ପୂର୍ବତନ ଶିରୋମଣି ଅକାଳୀ ଦଳ ବିଧାୟିକା ତଥା ସ୍ୱର୍ଗତ ଡିଜିପି ଇଜହର ଆଲାମ ଖାନଙ୍କ ପତ୍ନୀ ଫରଜାନା ଆଲମ ଖାନ ମାଲୱା ଅଞ୍ଚଳର ମଲେରକୋଟଲାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଏହା ସହ କ୍ୟାପଟେନ ଅମରିନ୍ଦର ସିଂ ପଟିଆଲା ଅର୍ବାନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/ସ-97.jpg)