କିଏ ହେବ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ? ଦୌଡ଼ରେ ୩ ନେତା

ଚଣ୍ଡିଗଡ଼ : କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ପଞ୍ଜାବ ରାଜନୀତି ଚଳଚଞ୍ଚଳ ହୋଇଉଠିଛି । କଂଗ୍ରେସ ବିଧାୟକ ଦଳ ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନୂଆ ବିଧାୟକ ଦଳ ନେତା ବା ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ବ ଦିଆଯାଇଛି । ତେବେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

୩ଟି ନାମକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ସବୁଠାରୁ ଆଗରେ ଯିଏ ଅଛନ୍ତି ବୋଲି କୁହାଯାଉଛି ସେ ହେଉଛନ୍ତି ପୂର୍ବତନ ପଞ୍ଜାବ ପିସିସି ମୁଖ୍ୟ ସୁନୀଲ ଝାକର । ତେବେ ସେ ଏବେ ବିଧାୟକ ନଥିବାରୁ ତା ତାଙ୍କ ଚୟନ ପାଇଁ ସମସ୍ୟା ହୋଇପାରେ । ନବଜ୍ୟୋତ ସିଂ ସିଦ୍ଧୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗୁଆ ଅଛନ୍ତି । ସିଦ୍ଧୁଙ୍କ ପଛରେ ଗାନ୍ଧି ପରିବାରର ସମର୍ଥନ ଥିବାରୁ ତାଙ୍କ ଦାବିକୁ ଗ୍ରହଣ କରାଯିବାର ସମ୍ଭାବନା ରହିଛି । ମାତ୍ର ସିଦ୍ଧୁଙ୍କ ନାମରେ ଅନେକ ବିବାଦ ଥିବାରୁ କଂଗ୍ରେସ ତାଙ୍କ ଦାବିକୁ ଗ୍ରହଣ ମଧ୍ୟ ନ କରିବାର ସମ୍ଭାବନା ରହିଛି ।

ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଉ ଜଣେ ବ୍ୟକ୍ତିଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସୁଛି । ସେ ହେଉଛନ୍ତି ଫତେଗଡ ସାହେବ ବିଧାୟକ କୁଲଜିତ ସିଂ ନାଗରା । ସେ ସିଦ୍ଧୁଙ୍କ ଅନୁଗତ ଭାବେ ଜଣାଶୁଣା । ସିଦ୍ଧୁଙ୍କ ସ୍ଥାନରେ ସେ ମୁଖ୍ୟମନ୍ତ୍ରୀ ହେଲେ ବି ତାହାକୁ ସିଦ୍ଧୁଙ୍କ ବିଜୟ ବୋଲି କୁହାଯାଇପାରିବ ।

ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଉ କେତେକ ନେତ ଯେପରିକି ଅମ୍ବିକା ସୋନି, ବିଜୟ ଇନ୍ଦର ସିଂଗଲାଙ୍କ ନାମ ମଧ୍ୟ ଚର୍ଚ୍ଚା କରାଯାଉଛି ।

ସମ୍ବନ୍ଧିତ ଖବର