ସିଦ୍ଧୁ ହେବେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀ ରହିବେ କ୍ୟାପଟେନ ଅମରିନ୍ଦର ସିଂ: ପଞ୍ଜାଵ କଂଗ୍ରେସ ପ୍ରଭାରୀ ହରିସ୍ ରାୱତ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଚାଲିଥିବା ବିବାଦକୁ ଦୂର କରି ଦଳ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦରେ ରଖିବାକୁ ନିଷ୍ପତ୍ତି ନେଇଛି | ପ୍ରଭାରୀ ହରିସ୍ ରାୱତ ଦେଇଥିବା ସୂଚନା ଅନୁସାରେ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ରହିବେ ଏବଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହେବେ। ଏଭଳି ହେଲେ ସିଦ୍ଧୁଙ୍କ ପାଇଁ ହେଉଥିବା ବିବାଦର ସମାଧାନ ହୋଇପାରିବ ବୋଲି ଦଳ ଏଭି ନିଷ୍ପତ୍ତି ନେଇଥିବା ପ୍ରଭାରୀ ହରିସ୍ ରାୱତ କହିଛନ୍ତି | ଖୁବ ଶୀଘ୍ର ଦଳ ପକ୍ଷରୁ ଏନେଇ ଅଧିକାରିକ ଘୋଷଣା କରାଯିବ ବୋଲି ଜଣାପଡ଼ିଛି |

ତେବେ ଏହା ସହ ରାଜ୍ୟ କଂଗ୍ରେସରେ ଦୁଇଜଣ ଉପ-ସଭାପତି ବି ରହିବେ ଓ ସେମାନେ ଦଳିତ ଓ ହିନ୍ଦୁ ସମୁଦାୟରୁ ନିର୍ବାଚିତ ହେବେ । ଏନେଇ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡିଛି ।

ଅନ୍ୟପଟେ ୨୦୨୨ ରେ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟ କ୍ୟାବିନେଟରେ କିଛି ନୂଆ ଚେହେରା ପ୍ରବେଶ କରିବା ନେଇ ବି ଅନୁମାନ କରାଯାଉଛି । ଏହାସହ ପଞ୍ଜାବ କଂଗ୍ରେସରେ ଚାଲିଥିବା କହଳକୁ ନେଇ ବୁଧବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଦଳର ମହାସଚିବ କେ.ସି ବେଣୁଗୋପାଳ, ପ୍ରିୟଙ୍କା ଗାନ୍ଧୀ ଓ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିସ୍ ରାୱତ ଯୋଗ ଦେଇ ଆଲୋଚନା କରିଥିଲେ ।

ହରିସ୍ ରାୱତ ପଞ୍ଜାବ କଂଗ୍ରେସର ଚାଲିଥିବା ଦ୍ୱନ୍ଦକୁ ନେଇ କହିଛନ୍ତି କି ଆସନ୍ତା ୩/୪ ଦିନ ମଧ୍ୟରେ ପଞ୍ଜାବ କଂଗ୍ରେସ ପାଇଁ ଖୁସି ଖବର ଆସିବ ଓ ଏହାଦ୍ୱାରା କର୍ମୀ ଠାରୁ ନେତା ପର୍ଯ୍ୟନ୍ତ ସମସ୍ତେ ଖୁସି ହେବେ ।

ସମ୍ବନ୍ଧିତ ଖବର