ଚଣ୍ଡୀଗଡ଼: ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (ପିପିସିସି) ର ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ ଅନେକ ନେତା ସେମାନଙ୍କ ପଦରୁ ଇସ୍ତଫା ଦେବା ଆରମ୍ଭ କରିଛନ୍ତି। ଏହା ଦେଖି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ତାଙ୍କ ସମର୍ଥନରେ ଥିବା କଂଗ୍ରେସ ବିଧାୟକମାନେ ଫ୍ଲୋର ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି।
ଗତକାଲି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂହ ସିଦ୍ଧୁ ଇସ୍ତଫା ଦେଇଥିଲେ। ଏହା ପରେ ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ରଜିଆ ସୁଲତାନା ମଧ୍ୟ ଇସ୍ତଫା ଦେଇଥିଲେ। ରଜିଆ ସୁଲତାନା ଜଳ ଯୋଗାଣ, ମହିଳା ଏବଂ ଶିଶୁ ବିକାଶ ବିଭାଗର ଦାୟିତ୍ୱ ସମ୍ଭାଳୁଥିଲେ। ସେହିପରି ସୁଲତାନା ଓ ସିଦ୍ଧୁଙ୍କ ଇସ୍ତଫା ପରେ ପଞ୍ଜାବ କଂଗ୍ରେସର ସାଧାରଣ ସମ୍ପାଦକ ଯୋଗୀନ୍ଦର ଧିଙ୍ଗ୍ରା ଏବଂ ପଞ୍ଜାବ କଂଗ୍ରେସର କୋଷାଧ୍ୟକ୍ଷ ଗୁଲଜର ଇନ୍ଦର ଚହଲ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ।
/sambad/media/post_attachments/wp-content/uploads/2021/09/gd654j654gdj56gd4j65gdjgdjgjdgjd-750x430.jpg)
ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ କିଛି ଜାଣିନାହାଁନ୍ତି। ସେ କହିଛନ୍ତି ଯେ ଯଦି ସିଦ୍ଧୁ ରାଗିଛନ୍ତି ତେବେ ତାଙ୍କ ସହ କଥା ହେବେ । ଚନ୍ନି କହିଛନ୍ତି, “ସିଦ୍ଧୁ ଆମର ଅଧ୍ୟକ୍ଷ ଏବଂ ସେ ଜଣେ ଭଲ ନେତା। ମୋର ତାଙ୍କ ଉପରେ କୌଣସି ଅସନ୍ତୋଷ ନାହିଁ।”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/t-233.jpg)