ପଞ୍ଜାବ କଂଗ୍ରେସରେ କନ୍ଦଳ, ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର

ଚଣ୍ଡିଗଡ଼ : ପଞ୍ଜାବ କଂଗ୍ରେସରେ କନ୍ଦଳ ଶେଷ ହେବାର ନାଁ ଧରୁ ନାହିଁ । କଂଗ୍ରେସ ହାଇକମାଣ୍ଡଙ୍କ ଅଣଦେଖାକୁ ନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବେଶ ମର୍ମାହତ ଥିବା କୁହାଯାଉଛି । ଆଜି ଅପରାହ୍ଣ ୫ଟା ବେଳେ କଂଗ୍ରେସ ବିଧାୟକ ଦଳର ବୈଠକ ହେବାକୁ ଥିବାବେଳେ ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାର ସମ୍ଭାବନା ରହିଛି ବୋଲି ଜାତୀୟ ସ୍ତରର ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । କଂଗ୍ରେସ ବିଧାୟକ ଦଳ ବୈଠକରେ ନବଜ୍ୟୋତ ସିଂ ସିଦ୍ଧୁଙ୍କ ଶିବିର ପକ୍ଷରୁ ଜଣେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପାଇଁ ଦାବି କରିପାରନ୍ତି । ସିଦ୍ଧୁଙ୍କ ପଛରେ ଗାନ୍ଧି ପରିବାରର ସମର୍ଥନ ଥିବାରୁ ତାଙ୍କ ଦାବିକୁ ଗ୍ରହଣ କରାଯିବାର ସମ୍ଭାବନା ରହିଛି ।

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ୧୨ ଜଣ ବିଧାୟକଙ୍କ ସହ ବୈଠକ କରୁଥିବା ଜଣାଯାଇଛି । ଏହା ପରେ ସେ ସାଢେ ୪ଟା ବେଳେ ଏକ ସାମ୍ବାଦିକ ସମ୍ମିଳନୀ କରିବାର ସମ୍ଭାବନା ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ସେ ଇସ୍ତଫା ଘୋଷଣା କରିପାରନ୍ତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ଦିନ ପରେ ସେ କଂଗ୍ରେସ ଦଳ ତ୍ୟାଗ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର