ପୋଲ ତଳକୁ ଖସିପଡିଲା କାର, ବିଧାୟକଙ୍କ ପୁଅ ସମେତ ୭ ଜଣ ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ମୁମ୍ବାଇ: ପୋଲ ତଳକୁ ଖସିପଡିଲା କାର | ଆଉ ଏହି ଦୁର୍ଘଟଣାରେ ବିଜେପି ବିଧାୟକଙ୍କ ପୁଅ ସମେତ ୭ ଜଣ ମେଡିକାଲ ଛାତ୍ରଙ୍କର ମୃତ୍ୟୁ ଘଟିଛି |ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲାରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି | ଏହି ଦୁର୍ଘଟଣାରେ ବିଜେପି ବିଧାୟକ ବିଜୟ ରାହଙ୍ଗଦେଲଙ୍କ ପୁଅ ଅଭିଷେକ ରାହଙ୍ଗଦେଲଙ୍କ ସମେତ ୭ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଦିନ ରାତି ପ୍ରାୟ ସାଢେ ୧୧ଟା ସମୟରେ ୱାର୍ଦ୍ଧାର ସେଲସୁରାଠାରେ ଏକ ଦ୍ରୁତ ଗତିରେ ଆସୁଥିବା କାର ପୋଲ ତଳକୁ ଖସିପଡିଥିଲା |

ଏହି ଦୁର୍ଘଟଣାରେ କାରରେ ଥିବା ସମସ୍ତ ୭ ଜଣଙ୍କର ମୃତ୍ୟୁ ଘଟିଛି। ୱାର୍ଦ୍ଧା ଏସପି ପ୍ରଶାନ୍ତ ହୋଲକର କହିଛନ୍ତି ଯେ ଏହି ସମସ୍ତ ଛାତ୍ର ୱାର୍ଦ୍ଧାକୁ ଯାଉଥିଲେ । ୱାର୍ଦ୍ଧାର ସେଲସୁରା ନିକଟରେ ଏହି ଦୁର୍ଘଟଣା ଘଟିଛି | କାରରେ ଥିବା ସାତ ଜଣ ଡାକ୍ତରୀ ଛାତ୍ର ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

ସାଭାଙ୍ଗି ମେଡିକାଲ୍ କଲେଜର ଏହି ଛାତ୍ରମାନେ ଦେବଲିରୁ ୱାର୍ଦ୍ଧାକୁ ଯାଉଥିଲେ | ସମସ୍ତ ଛାତ୍ରମାନେ ଏକ ଜାଇଲୋ କାରରେ ଯାଉଥିବାବେଳେ କାରଟି ଏକ ସେତୁର ରେଲିଂ ଧକ୍କା ହେବା ପରେ ବ୍ରିଜରୁ ଖସିପଡିଥିଲା ​​| ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ଲୋକ ଏବଂ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର